Categories: ଜାତୀୟ

ମାଟି ତଳେ ପୋତି ହୋଇଛି ଶହଶହ ଗାଡ଼ିମୋଟର

ଜୟପୁର,୨୦ା୮: ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଲୋକେ ବାରହୀନସ୍ତା ଭୋଗ କରୁଛନ୍ତି। ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। କେଉଁଠି ଘର, ତ ଆଉ କେଉଁଠି ମନ୍ଦିର ଏପିରିକି ଶହଶହ ଗାଡ଼ିମୋଟର ମାଟିତଳେ ପୋତି ହୋଇପଡ଼ିଛି। ଜୟପୁରରେ ଗତ ୧୪ ତାରିଖରେ ୩ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ୫ ଦିନ ଧରି ଲାଗି ରହିଥିଲା। ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ, ମାଟି ଧସି ଗାଡ଼ିମୋଟର ସବୁ ପୋତି ହୋଇଯାଇଥିଲା। ବର୍ଷା ଛାଡ଼ିଯିବା ପରେ ଲୋକେ ଏବେ ଗାଡ଼ିମୋଟର ସବୁ ମାଟିତଳୁ ଖୋଳି ବାହାର କରୁଛନ୍ତି। ମାତ୍ର ଏହି ଗାଡ଼ିଗୁଡ଼ିକ ଭାଙ୍ଗିରୁଜି ଯାଇଛି। ଫଳରେ ଗାଡ଼ିଚାଳକମାନେ ରୋଜଗାର ହରାଇଛନ୍ତି। ଘରେ ଖାଇବାକୁ ନାହିଁ।


ଗାଡ଼ିଚାଳକ ରାମ ଯାଦବ କୁହନ୍ତି, ସେ ବିହାରରୁ ଜୟପୁର ପର୍ଯ୍ୟନ୍ତ ଅଟୋ ଚଳାଉଥିଲେ। ଏହି ରୋଜଗାରରେ ସେ ତିନୋଟି ଅଟୋ କିଣିଥିଲେ। ବର୍ତ୍ତମାନ ବର୍ଷା ୩ଟି ଅଟୋକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ସେହିପରି ମୁକେଶ ମୀନା କୁହନ୍ତି, ତାଙ୍କ ଘର ମାଟିତଳେ ସମ୍ପୂର୍ଣ୍ଣ ପୋତି ହୋଇପଡ଼ିଛି। ଶୋଇବା ଘର ଏବଂ ରୋଷେଇ ଘର ପର୍ଯ୍ୟନ୍ତ ସବୁକିଛି ମାଟିତଳେ ରହିଛି। ସେ ଗୋଟିଏ ପରେ ଗୋଟିଏ ଜିନିଷ ବାହାର କରିବାରେ ବ୍ୟସ୍ତ ଅଛନ୍ତି। ଯଦି ସ୍ବେଚ୍ଛାସେବୀ ସଂଗଠନ ଆସି ସେମାନଙ୍କୁ ଖାଇବାକୁ ଦିଅନ୍ତି, ତେବେ ପରିବାର କୌଣସି ପ୍ରକାରେ ବଞ୍ଚିଯାଇପାରନ୍ତି ବୋଲି କହିଛନ୍ତି।

Share