Categories: ଜାତୀୟ

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୧୦ କାର୍‌, ୧ ମୋଟର ସାଇକେଲ,୨ ସ୍କୁଟି, ୩୦ ନୂଆ ଇ-ରିକ୍ସା, ୫୦ ପୁରୁଣା ଇ-ରିକ୍ସା ପୋଡ଼ି ପାଉଁଶ ହୋଇଥିବା କୁହାଯାଉଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ୯୩ ଗାଡ଼ି ଜଳି ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଜାମିଆ ନଗରରେ ଏକ ଇଲେକ୍ଟ୍ରିକ ମୋଟର ପାର୍କିଂ ର୍ନିମାଣ କରାଯାଇଛି ଯେଉଁଠାରେ ଇ-ରିକ୍ସା ଚାର୍ଜ କରାଯାଇଥାଏ। ବୁଧବାର ସକାଳେ ସେଠାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଘଟଣାର ଖବର ପାଇବା ମାତ୍ରେ ୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇ ନଥିବା କୁହାଯାଉଛି।

 

Share