Advertisement

ସୁନ୍ଦରଗଡ଼,୨୪ା୨(ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟରେ ଗୁରୁବାର ସୁନ୍ଦରଗଡ଼ ଜିଲାରେ ମତଦାନ ଶେଷ ହୋଇଛି। ତେବେ ଟାଙ୍ଗରପାଲି ବ୍ଲକ ‘ଖ’ ନମ୍ବର ଜୋନ୍‌ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗ୍ରାମର ୩ଟି ଓ୍ବାର୍ଡରେ ଭୋଟର ତାଲିକା ସଂଶୋଧନରେ ତ୍ରୁଟି ଥିବାରୁ ଶତାଧିକ ଭୋଟର ମତଦାନରୁ ବଞ୍ଚିତ ହୋଇଛନ୍ତି। ଭୋଟ୍‌ ଦେଇ ନ ପାରି ସେମାନେ ନିରାଶ ହୋଇ ଘରକୁ ଫେରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share