ଛତ୍ରପୁର, ୬ ।୧୨ (ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଶିହଳା ପଞ୍ଚାୟତର ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ଦାବିନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଗ୍ରାମବାସୀଙ୍କ କହିବା ମୁତାବକ ୨୨ ନଭେମ୍ବର ୨୦୨୪ରେ ଶ୍ରୀ ନନ୍ଦିକେଶ୍ୱର ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀ, ତହସିଲଦାର, ବନ ବିଭାଗ, ଆରଆଇ ଓ ସରପଞ୍ଚକୁ ନେଇ ଆଲୋଚନା ହୋଇଥିଲା। ଗ୍ରାମରେ ୪ଶହ ଅଧିକ ଲୋକବସବାସ କରୁଛନ୍ତି, ତେଣୁ ତୁରନ୍ତ ପ୍ରଶାସନ ଟାମଣା ଗ୍ରାମକୁ ନୂତନ ମୈାଜାଭାବେ ଘୋଷଣା କରିବାକୁ ଦାବି କରିଥିଲେ । ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ହରିହର ମଲିକ, ଟୁନା ମଲିକ, ରବିନ୍ଦ୍ର ମଲିକ,ମମତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।