ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ତଥା ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ତଥା ପ୍ରାର୍ଥୀ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଜେଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟରେ ଷଷ୍ଠ ଥର ପାଇଁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତ ଦଳୀୟ କର୍ମୀ ନିସ୍ବାର୍ଥ ଭାବେ କାମ କରିବାକୁ କୁହାଯାଇଥିଲା।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଭାଜପା ଏବଂ କଂଗ୍ରେସର ପ୍ରାୟ ୧୩୨ଜଣ ର୍କମୀ ବିଜେଡିରେ ସାମିଲ ହୋଇଥିଲେ। ସାମିଲ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ଡ. ଅଚ୍ୟୁତ ସାମନ୍ତ ଏବଂ ସାଲୁଗା ପ୍ରଧାନ ସ୍ବାଗତ କରିବା ସହ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ଦଳରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାଜପାର ଲଡୁ କିଶୋର ସାହୁ, ଦିଲୀପ ସାହୁ, ସରୋଜ ସାହୁ, ଭଗବାନ ସାହୁ, ସୁଦର୍ଶନ ନାୟକ, ମଣ୍ଟୁ ସାହୁ, ରଞ୍ଜିତ ସେନାପତି, ରମେଶ ଚନ୍ଦ୍ର ସାହୁଙ୍କ ସମେତ ମୋଟ ୧୩୨ଜଣ ସାମିଲ ହୋଇଥିଲେ।

ବିକାଶ ଧାରାରେ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥିବାରୁ ବିଧାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମକୁ ଦଳର ଦୀପକ କୁମାର ସାହୁ, ବିକାଶ ନାୟକ, ରୂପକ କୁମାର ସାହୁ, ମିଲୁ ସାହୁ, ସନ୍ତୋଷ ବିଶୋଇ, ସାଧୁ ନାୟକ, ପରମେ ପ୍ରଧାନ, ପ୍ଳିହେରି ସରପଞ୍ଚ ପାଉଲ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Share