୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା

ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ ପ୍ରଭାବିତ କରୁଛି। ମସ୍କଙ୍କ ‘ହାର୍ଡକୋର ଓ୍ବାର୍କ’ ଚେତାବନୀ ପରେ ୧୦୦ରୁ ଅଧିକ କର୍ମଚାରୀ ବର୍ତ୍ତମାନ କମ୍ପାନୀରୁ ସାମୂହିକ ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ, ମସ୍କ ଟୁଇଟର୍‌ର ପ୍ରାୟ ଅଧା କର୍ମଚାରୀଙ୍କୁ ହଟାଇ ଦେଇଛି। କେବଳ ଏତିକି ନୁହେଁ, ସେ ବର୍ତ୍ତମାନ ଟୁଇଟର୍‌ରେ ଓ୍ବାର୍କ ଫ୍ରମ୍‌ ହୋମ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। କର୍ମଚାରୀମାନେ ତାଙ୍କ ନୀତିକୁ ଏତେ ଭୟ କରୁଛନ୍ତି ଯେ ସେମାନେ ରାତିରେ ମଧ୍ୟ ଅଫିସରେ ଶୋଇଛନ୍ତି। ମସ୍କଙ୍କ ତରଫରୁ କର୍ମଚାରୀମାନଙ୍କୁ ଏକ ଫର୍ମ ପୂରଣ କରିବାକୁ କୁହାଯାଇଥିଲା। ଯେଉଁଥିରେ କାର୍ଯ୍ୟ ବ୍ୟବସ୍ଥାକୁ ନେଇ କିଛି ସର୍ତ୍ତ ରଖାଯାଇଥିଲା। ଯଦି କୌଣସି କର୍ମଚାରୀ ତାହା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ପାଇଁ ଅଧା ଦରମା ମିଳିବ।

Share