Categories: ଜାତୀୟ

ରାଜ୍ୟସଭାରେ ହଙ୍ଗାମା: ଏଏପିର ୩ ଏମ୍‌ପିଙ୍କୁ ବାହାର କଲେ ମାର୍ଶଲ

ନୂଆଦିଲ୍ଲୀ,୩।୨: କୃଷି ଆଇନକୁ ନେଇ ବୁଧବାର ମଧ୍ୟ ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଛନ୍ତି। ଗୃହରେ ହଟ୍ଟଗୋଳ ସୃଷ୍ଟି କରି କାର୍ଯ୍ୟରେ ବାଧା ସୃଷ୍ଟି କରୁ ଥିବା ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ୩ ଜଣ ଏମ୍‌ପିଙ୍କୁ ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ମାର୍ଶଲ ଡକାଇ ଗୃହ ବାହାରକୁ ପଠାଇ ଦେଇଛନ୍ତି। ସେମାନଙ୍କ ଅଧ୍ୟକ୍ଷ ନୋଟିସ୍‌ ଜାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେଣୁ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଏଏପି ଏମ୍‌ପି ସଞ୍ଜୟ ସିଂ, ସୁଶୀଲ ଗୁପ୍ତା ଏବଂ ଏନ୍‌ ଡି. ଗୁପ୍ତାଙ୍କୁ ମାର୍ଶଲ ବାହାରକୁ ନେଇଯାଇଛନ୍ତି।

Share