ଭୋକ ସୂଚକାଙ୍କ: ପୃଥିବୀରେ ୮୨.୮ କୋଟି ଲୋକ ଭୋକିଲା, ତାଲିକାରେ ପାକିସ୍ତାନ ୯୯ ତମ ସ୍ଥାନରେ…

ଓ୍ବାଶିଂଟନ,୨୭।୭ : ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ଜିଏଚଆଇ)ରେ ପାକିସ୍ତାନର ମାନ୍ୟତା ୨୦୦୬ରେ ୩୮.୧ ରୁ ୨୦୨୨ ରେ ୨୬.୧ କୁ ଖସି ଆସିଛି। ଦେଶ ତଥା ଏହାର ଲୋକଙ୍କ ଉପରେ କେତେ ସଙ୍କଟ ଅଛି ତାହା ଏଥିରେ ଦର୍ଶାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସର୍ଭେ କରାଯାଇଥିବା ୧୨୧ ଦେଶ ମଧ୍ୟରୁ ଜିଏଚଆଇରେ ପାକିସ୍ତାନ ୯୯ତମ ସ୍ଥାନରେ ରହିଛି ।

ଗ୍ଲୋବାଲ ହଙ୍ଗର୍‌ ଇଣ୍ଡେକ୍ସର ପାକିସ୍ତାନ ଅଧ୍ୟାୟ ଏହି ପରିସଂଖ୍ୟାନ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଜିଏଚଆଇ ଏକ ବିବୃତ୍ତିରେ କହିଛି ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ ଏବଂ କରୋନା ମହାମାରୀ ଯୋଗୁ ପୃଥିବୀର ୮୨.୮ କୋଟି ଲୋକଙ୍କୁ ଭୋକରେ ରହିବାକୁ ବାଧ୍ୟ କରିଛି। ୨୦୩୦ ସୁଦ୍ଧା ଅନାହାର ସ୍ତରର ସମାପ୍ତି ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି । ଆଫ୍ରିକାର ସାହାରା ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ପୁଣି ଥରେ ଭୋକିଲାଙ୍କ ହାରରେ ଅଧିକ ରହିଥିବା ଅଞ୍ଚଳ ଭାବେ ଆଗୁଆ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share