Categories: ଜାତୀୟ

ସରକାରଙ୍କୁ ଆମରଣ ଅନଶନ ଧମକ

ଚଣ୍ଡିଗଡ଼,୨୬।୧୧: ଚରନଜିତ ସିଂ ଚାନ୍ନିଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ଡ୍ରଗ୍ସ ଓ ୨୦୧୫ ଗୁରୁ ଗ୍ରନ୍ଥ ସାହିବର ଅପମାନ ବିବାଦ ସମ୍ପର୍କୀତ ରିପୋର୍ଟ ସାର୍ବଜନୀନ କରା ନ ଗଲେ ଆମରଣ ଅନଶନ କରିବେ ବୋଲି ଗୁରୁବାର ସିଦ୍ଧୁ ଧମକ ଦେଇଛନ୍ତି।

ରାଜ୍ୟରେ ଡ୍ରଗ୍ସ ଏବେ ସବୁଠୁ ବଡ଼ ବିପଦ ପାଲଟିଥିବା ବେଳେ ସରକାରଙ୍କ ଉଦାସିନତାକୁ ସେ ବିରୋଧ କରି ଆସୁଛନ୍ତି। ଚାନ୍ନିଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଏହି କାରଣରୁ ବିରୋଧ କରୁଥିଲେ ପୂର୍ବତନ ମନ୍ତ୍ରୀ।

କ୍ରିକେଟରରୁ ରାଜନେତା ପାଲଟିଥିବା ସିଦ୍ଧୁ କହିଛନ୍ତି, ରାଜ୍ୟରୁ ଡ୍ରଗ୍ସକୁ ତଡ଼ିବା ପାଇଁ ପ୍ରତିଶ୍ରୁତି ଦେଇ ଦଳ ସରକାରକୁ ଆସିଥିଲା। ଯଦି ସରକାର ଡ୍ରଗ୍ସ ରିପୋର୍ଟକୁ ନ ଖୋଲନ୍ତି, ତେବେ ମୁଁ ଆମରଣ ଅନଶନରେ ବସିବି। ପୂର୍ବତନ ମୁଖ୍ୟମନ୍ତ୍ରୀ(କ୍ୟାପଟେନ ଅମରିନ୍ଦର ସିଂ)ଙ୍କୁ ଆମେ କାହିଁକି ତଡ଼ିଲୁ, ତାହା ଦେଖାଇ ଦେବାକୁ ପଡ଼ିବ। ଏବେ ଏହି ରିପୋର୍ଟକୁ ସରକାର ଖୋଲିବା ଦରକାର। ଏହି ରିପୋର୍ଟ ଖୋଲିବାକୁ କୋର୍ଟ ମନା କରି ନାହାନ୍ତି।

Share