ତ୍ରିପୋଲି, ୩।୭ : ଲିବିୟାରେ ରୁଟି-ବିଦ୍ୟୁତ୍ ଦାବି କରି ଭୋକିଲା ଲୋକେ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସଂସଦର ମୁଖ୍ୟାଳୟରେ ବିରୋଧକାରୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ଅତୀତରେ ବିଭିନ୍ନ ସହରରେ ରାଜନୈତିକ ବର୍ଗ ଏବଂ ଖରାପ ଆର୍ଥିକ ପରିସ୍ଥିତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶୁକ୍ରବାର ରାଜଧାନୀ ତ୍ରିପୋଲି ଏବଂ ଲିବିୟାର ଅନ୍ୟାନ୍ୟ ସହରଗୁଡ଼ିକରେ ଶହ ଶହ ବିକ୍ଷୋଭକାରୀ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ।
ପୂର୍ବ ସହର ଟୋବ୍ରୁକରେ ଉତ୍ୟକ୍ତ ଲୋକେ ପ୍ରତିନିଧି ସଭା (ସଂସଦ) ଅନ୍ୟ କୋଠାରେ ମଧ୍ୟ ଭଙ୍ଗାରୁଜା କରିବା ସହିତ ନିଆ ଲଗାଇଦେଇଥିଲେ। ଲିବିୟାର ସ୍ଥିତି ସମ୍ପର୍କରେ ଜାତିସଂଘର ସ୍ବତନ୍ତ୍ର ପରାମର୍ଶଦାତା ଷ୍ଟିଫାନି ୱିଲିୟମ୍ସ ଟୁଇଟ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାର ଅଧିକାରକୁ ସମ୍ମାନ ଓ ସୁରକ୍ଷା ଦିଆଯିବା ଆବଶ୍ୟକ। କିନ୍ତୁ ବିଳମ୍ବିତ ରାତିରେ ଟୋବ୍ରୁକରେ ଥିବା ସଂସଦର ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ଭଳି କାର୍ଯ୍ୟ ଦଙ୍ଗା ଓ ବିଶୃଙ୍ଖଳା ଥିଲା। ଏହା କେବେ ମଧ୍ୟ ଗ୍ରହଣୀୟ ନୁହେଁ।