ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ

ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ ହରିଣକୁ ଶିକାର କରିବା ପାଇଁ ଗୋଡ଼ାଇଥିଲେ। ହରିଣଟି ବାଟବଣା ହୋଇ ଚନ୍ଦନପୁର ଗ୍ରାମର ଏକ ପୋଖରୀ ମଧ୍ୟରେ ପଶିଯାଇଥିଲା। ଗ୍ରାମବାସୀଙ୍କୁ ଦେଖି ଶିକାରୀମାନେ ପଳାଇଥିଲେ। ପରେ ହରିଣକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ।

ଅଧିକାରୀମାନେ ପହଞ୍ଚି ହରିଣର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ବାରିପଦା ରେଞ୍ଜ ବାଘୁଆହୁଡ଼ି ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ବିଭାଗ ପକ୍ଷରୁ କଡ଼ାକଡ଼ି ପାଟ୍ରୋଲିଂ କରାଯାଉ ନ ଥିବାରୁ ଦିନ ବେଳେ ମଧ୍ୟ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପଶି ବନ୍ୟଜନ୍ତୁ ଶିକାର କରୁଛନ୍ତି।

Share