ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼: ହୋଇପାରେ ବହୁ ପରିମାଣରେ କ୍ଷୟକ୍ଷତି

ଓ୍ବାଶିଂଟନ,୨୬।୭: ଆମେରିକା ଉପକୂଳରେ ଆସିଥିବା ସାମୁଦ୍ରିକ ଝଡ଼ ‘ହନ୍ନା’ ଭୟଙ୍କର ରୂପ ଧାରଣ କରି ସାରିଛି। ଭାରତୀୟ ସମୟ ଅନୁଯାୟୀ ଜୁଲାଇ ୨୬ ସକାଳ ସମୟରେ ଏହା ଟେକ୍ସାସ ଉପକୂଳ ଛୁଇଁଛି। ପାଣିପାଗ ବିଭାଗ ଏହାକୁ ନେଇ ଅନୁମାନ କରିଛି କି ଏହା ମିୟାମି ନିକଟରେ ପ୍ରବଳ କ୍ଷୟକ୍ଷତି କରିପାରେ। ଏହର ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଜୁଆରେ ଆସିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଟେକ୍ସାସରେ ୫-୧୦ ମିଲିମିଟର ବର୍ଷା ହୋଇପାରେ। ଏହାଦ୍ୱାରା ଉପକୂଳ ଅଞ୍ଚଳ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେବ।

Share