ଝଡ଼ ହିଲାରୀ ଲସ ଏଞ୍ଜେଲସ ମୁହାଁ, ହାଇ ଆଲର୍ଟ ଜାରି…

ଲସ ଏଞ୍ଜେଲସ,୧୯।୮ : ଡାଉନ ଟାଉନ ଲସ ଆଞ୍ଜେଲସ ସମେତ ଦକ୍ଷିଣ କାଲିଫର୍ନିଆ ପାଇଁ ବିପଜ୍ଜନକ ଝଡ଼ ହିଲାରୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଗଣମାଧ୍ୟମ ସୂତ୍ର ଅନୁଯାୟୀ ପ୍ରଶାନ୍ତ ମହାସାଗର ଦେଇ ମେକ୍ସିକୋ ଏବଂ ଆମେରିକା ଆଡକୁ ଏହି ଶକ୍ତିଶାଳୀ ଝଡ଼ ମୁହାଁଇଛି।

ଜାତୀୟ ସାଇକ୍ଲୋନ କେନ୍ଦ୍ର ରିପୋର୍ଟ କରିଛି ଝଡ଼ ହିଲାରୀ ମେକ୍ସିକୋର ବାଜା କାଲିଫର୍ନିଆ ଉପଦ୍ୱୀପଠାରୁ ମାତ୍ର ଅଳ୍ପ ଦୂରରେ ଥିଲା। ଆସନ୍ତା ୩୬ ଘଣ୍ଟା ପାଇଁ କାଲିଫର୍ନିଆ-ମେକ୍ସିକୋ ସୀମାଠାରୁ ସାଣ୍ଟା ମୋନିକା ଅଞ୍ଚଳ (କାଟାଲିନା ଦ୍ୱୀପ) ପର୍ଯ୍ୟନ୍ତ ଝଡ଼ ପରିସ୍ଥିତି ଜାରି ରହିବ ।

ପାଣିପାଗ କେନ୍ଦ୍ର କହିଛି, ଘୂର୍ଣ୍ଣିବଳୟ ହିଲାରୀ ଯୋଗୁ ପବନ ବେଗ ଘଣ୍ଟା ପ୍ରତି ୧୩୦ ମାଇଲ ରହିବ। ଲସ ଏଞ୍ଜେଲସ୍ସରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଝଡ଼ତୋଫାନକୁ ଦୃଷ୍ଟିରେ ରଖି ବାତିଲ କରାଯାଇଛି। ଏହା ସହିତ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।

Share