ହରିକେନ୍‌ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…

କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ ଲୋକଙ୍କୁ ସୁରକ୍ଷା କରିବା ପାଇଁ ଉଦ୍ଧାରକାରୀଙ୍କ ମଧ୍ୟରେ ୭,୫୦୦ ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।

ଜାତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ, ହିଲାରୀର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ଭାଗରେ ପ୍ରବଳ ବର୍ଷା ଆଣିପାରେ। ଶନିବାର କାଲିଫର୍ନିଆରେ ପ୍ରବେଶ କଲାବେଳେ ଝଡ଼ ହିଲାରୀ ତୃତୀୟ ବର୍ଗ ଝଡ଼ରୁ ଦ୍ୱିତୀୟ ବର୍ଗ ଝଡ଼କୁ ଖସି ଆସିଥିଲା ।

ପାଣିପାଗ କେନ୍ଦ୍ର ଅନୁଯାୟୀ, ଝଡ଼ ଯୋଗୁ ଘଣ୍ଟାକୁ ୧୧୦ ମାଇଲ ବେଗରେ ପବନ ବହିବାରେ ଲାଗିଛି। ଏହି ଝଡ଼ ଘଣ୍ଟାପ୍ରତି ୧୭ ମାଇଲ ବେଗରେ ଗତି କରୁଛି ଏବଂ ବର୍ତ୍ତମାନ ସାନ ଡିଏଗୋର ୬୪୦ ମାଇଲ ଦକ୍ଷିଣ-ପୂର୍ବରେ ଅଛି। ସାନ ଡିଏଗୋରେ ଥିବା ଜାତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ ରବିବାର ଏବଂ ସୋମବାର ଦିନ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଝଡ଼ର ସବୁଠାରୁ ଖରାପ ପ୍ରଭାବ ଦେଖିବାକୁ ମିଳିବ।

ଜାତୀୟ ମହାସାଗର ଏବଂ ବାୟୁମଣ୍ଡଳ ପ୍ରଶାସନର ରେକର୍ଡ ଅନୁଯାୟୀ ଯଦି ହିଲାରୀ ଟ୍ରପିକାଲ ଝଡ ଭାବରେ କାଲିଫର୍ନିଆରେ ପହଞ୍ଚେ, ତେବେ ପ୍ରାୟ ୮୪ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ପ୍ରଥମ ଝଡ଼ ହେବ।

 

Share