ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ

ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ ଦ୍ୱିପ ନିକଟରେ ୨ରୁ ୭ ମିଟର ଉ୍‌ଚ୍ଚତାର ସମୁଦ୍ର ଲହଡି ଆସିବାରୁ ଡଙ୍ଗା ବୁଡି ୨୩ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଫ୍ଲୋରିଡାରେ ଥିବା ଏକ ହସ୍ପିଟାଲ ଜଳମଗ୍ନ ହୋଇଯିବା ସହ ଚତୁର୍ଥ ମହଲାରେ ଥିବା ଆଇସିୟୁର ଛାତ ଉଡିଯାଇଥିବା ଜଣାପଡିଛି । ଘୁର୍ଣ୍ଣିଝଡ଼ ‘ଇୟାନ’ ଫ୍ଲୋରିଡା ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଏଠାରେ ପବନର ବେଗ ଘଣ୍ଟାପ୍ରତି ୨୪୦ କିଲୋମିଟର ଥିଲା । ଏହାପରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା ।

କାଟାଗୋରୀ-୪ର ଏହି ବିନାଶକାରୀ ଘୂର୍ଣ୍ଣିଝଡ ‘ଇୟାନ’ ଫଳରେ ଦକ୍ଷିଣ-ପଶ୍ଚିମ ଉପକୂଳ ଜଳମଗ୍ନ ହୋଇଯାଇଛି । ଜର୍ଜିଆ ଓ ଦକ୍ଷିଣ କ୍ୟାରୋଲିନା ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏହାଦ୍ୱାରା ପୋର୍ଟ ମାୟର୍ସ ସହର ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ପ୍ରାୟ ୮.୫ ଲକ୍ଷ ଘରର ବିଳୁଜି ସଂଯୋଗକୁ କାଟି ଦିଆଯାଇଛି । ପ୍ରାୟ ୨୦ ଲକ୍ଷ ଲୋକ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ।
ଘୁର୍ଣ୍ଣିଝଡ଼ ‘ଇୟାନ’କୁ ନେଇ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ସଡ଼କରେ ବର୍ଷା ଓ ବନ୍ୟାଜଳ ସହ ଶାର୍କ ନଜର ଆସିଛନ୍ତି । ଆଉ ଏକ ଭିଡିଓରେ ଜଣେ ଖବରଦାତା ପ୍ରବଳ ପବନରେ ନିଜକୁ ସମ୍ଭାଳୁଥିବା ଦେଖାଯାଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଓ ଖୁଣ୍ଟ ସବୁ ଉପୁଡି ପଡିଛି ।
ବିଶେଷଜ୍ଞମାନେ କହିଛନ୍ତି, ଘୂର୍ଣ୍ଣିଝଡ଼ ‘ଇୟାନ’ରେ ପାଖାପାଖି ୨୬୦ ଅରବ ଡଲାରରୁ ଅଧିକ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି । ଦୀର୍ଘ ପ୍ରାୟ ୫୦୦ ବର୍ଷ ପରେ ଆମେରିକାବାସୀ ଏମିତି ଘୂର୍ଣ୍ଣିଝଡ଼ର ସାମ୍ନା କରିଥିବା କୁହାଯାଉଛି ।

Share