ଫ୍ଲୋରିଡାରେ ତାଣ୍ଡବ ରଚିବ ବାତ୍ୟା ‘ଇଦାଲିଆ’, ଆଲର୍ଟ କଲେ ରାଜ୍ୟପାଳ

ଟାମ୍ପା,୨୯।୮: ମାଡି ଆସୁଛି ଭୟଙ୍କର ବାତ୍ୟା ‘ଇଦାଲିଆ’। ଏହା ଉଗ୍ର ରୂପ ଧାରଣ କରି ଫ୍ଲୋରିଡା ଉପକୂଳକୁ ମାଡି ଆସୁଛି। ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉପକୂଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।

ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିବା ପରେ ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରଛନ୍ତି। ବାତ୍ୟା ସ୍ଥଳଭାଗରେ ପାଦ ଦେବା ପୂର୍ବରୁ କ୍ୟୁବାରେ ଏହାର କରାଳ ରୂପ ଦେଖିବାକୁ ମିଳିଛି। ଏନେଇ କ୍ୟୁବାରେ ପ୍ରବଳ ବର୍ଷା ହେଉଛି। ବାତ୍ୟା ଇଦାଲିଆ ଫ୍ଲୋରିଡାରେ ଭୂସ୍ଖଳନ କରିପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ସରକାର ସେଠାରେ ଜରୁରୀକାଳୀନ ଆଲର୍ଟ ଜାରି କରିଛନ୍ତି।

Share