ମେକ୍ସିକୋ ସିଟି, ୧୧।୧୦: ମେକ୍ସିକୋର ପ୍ରଶାନ୍ତ ଉପକୂଳ ରିସର୍ଟ ପୁଏର୍ତୋ ଭାଲାର୍ଟା ନିକଟରେ ଘୂର୍ଣ୍ଣିବଳୟ ଲିଡିଆ ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି ହୋଇଛି। ଏହାକୁ ଅତ୍ୟନ୍ତ ବିପଜ୍ଜନକ ବର୍ଗର ସ୍ତରରେ ରଖାଯାଇଛି।
ଏହି ଝଡ ସମ୍ପର୍କରେ ଆମେରିକାର ଜାତୀୟ ଝଡ଼ ତୋଫାନ କେନ୍ଦ୍ର କହିଛି ଏହା ଜଣାପଡୁଛି ଲିଡିଆ ପଶ୍ଚିମ ଜାଲିସ୍କୋର ଲାସ ପେଟାସ ଜମିରେ ପହଞ୍ଚିଛି। ଏହି କ୍ଷେତ୍ର ଏକ ବିସ୍ତୃତ ଜନବହୁଳ ଦ୍ୱୀପପୁଞ୍ଜ। ଘୂର୍ଣ୍ଣିବଳୟ ପୁଏର୍ତୋ ଭାଲାର୍ଟାର ଦକ୍ଷିଣ ଦିଗକୁ ଗତି କରୁଛି, ଯାହା ରିସର୍ଟ ଉପରେ ପ୍ରଭାବକୁ ହ୍ରାସ କରିପାରେ ।
ଝଡ଼ ତୋଫାନ ଯୋଗୁଁ ସ୍ଥାନୀୟ ଅଧିକାରୀମାନେ ଉପକୂଳବର୍ତ୍ତୀ ଅଞ୍ଚଳରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଘୂର୍ଣ୍ଣିବଳୟ ଲିଡିଆ ମଙ୍ଗଳବାର ପୁଏର୍ତୋ ଭାଲାର୍ଟାର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୩୫ ମାଇଲ (୫୫ କିଲୋମିଟର) କୁ କେନ୍ଦ୍ରିତ ଥିଲା। ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରୁଥିଲା।
ଘୂର୍ଣ୍ଣିବଳୟ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ଚେତାବନୀ ଅନୁଯାୟୀ, ଏହି ଝଡ଼ ଯୋଗୁଁ ବନ୍ୟା ହେବାର ସମ୍ଭାବନା ରହିଛି। ଏଥି ପାଇଁ ହାଇ ଆଲର୍ଟ ଜାରି କରାଯାଇଛି।