ଓଟିସ ଘୂର୍ଣ୍ଣିଝଡ଼ର ତାଣ୍ଡବ, ୨୭ ମୃତ, ନୌସେନା ଅଧିକାରୀ ନିଖୋଜ

ମେକ୍ସିକୋ ସିଟି,୨୭।୧୦: ମେକ୍ସିକୋରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଓଟିସ ଅକାଫୁଲକୋ ସମୁଦ୍ର ଉପକୂଳରେ ତାଣ୍ଡବ ରଚିଛି। ମେକ୍ସିକୋ ସରକାର ଗୁରୁବାର ସୂଚନା ଦେଇଥିଲେ କି ଏହି ଘୂର୍ଣ୍ଣିଝଡ଼ରେ ଏବେ ପର୍ଯ୍ୟନ୍ତ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଅରବ ଡଲାରର କ୍ଷତି ହୋଇଛି।

ବୁଧବାର ମେକ୍ସିକୋରେ ଲେଭଲ ୫ ଭଳି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା, ରାସ୍ତାରେ ପାଣଇ ଜମା ହୋଇଯାଇଥିଲା, ଘର ଏବଂ ହୋଟେଲର ଛାତ ଉଡ଼ିଯାଇଥିଲା, କାର ପାଣିରେ ବୁଡ଼ି ଯାଇଥିଲା ଏବଂ ଯୋଗାଯୋଗ, ସଡ଼କ ଏବଂ ଆକାଶ ମାର୍ଗର ପ୍ରବେଶରେ ବାଧା ଉପୁଜିଥିଲା। ଫଳରେ ପ୍ରାୟ ୯,୦୦.୦୦୦ଜନସଂଖ୍ୟା ବିଶିଷ୍ଟ ସହର କୁଢ କୁଢ ଅଳିଆରେ ଭର୍ତ୍ତି ହୋଇଯାଇଥିଲା।
ମେକ୍ସିକୋ ସରକାର କହିଛନ୍ତି ଯେ ଏହି ଘୂର୍ଣ୍ଣିଝଡ଼ରେ ୪ ଜଣ ନିଖୋଜ ଅଛନ୍ତି। ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ମେକ୍ସିକୋ ସିଟିରେ ଏକ ସାମ୍ବାଦିକ ସମ୍ମିଳନୀରେ ଝଡ଼ର କ୍ଷୟକ୍ଷତିର ଆକଳନ କରି କହିଛନ୍ତି ଯେ ଆକାପୁଲକୋ ଯାହା ଭୋଗିଥିଲେ ତାହା ପ୍ରକୃତରେ ଭୟଙ୍କର ଥିଲା। ପ୍ରଶାନ୍ତ ଉପକୂଳରେ ଓଟିସ ଘୂର୍ଣ୍ଣିଝଡ଼ ତୀବ୍ର ହେଲା ଏବଂ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ବଡ଼ ବଡ଼ ଗଛଗୁଡିକ ଉପୁଡ଼ି ଯାଇଥିଲା।
ଏହି ଝଡ ପରେ ଡାକ୍ତରଖାନାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ରୋଗୀଙ୍କୁ ଚିକିତ୍ସା ପାଇଁ ନିରାପଦ ସ୍ଥାନକୁ ନେବାକୁ ପଡିଥିଲା। ସରକାର ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି, କିନ୍ତୁ ୨୭ଜଣଙ୍କର ମୃତ୍ୟୁ କିପରି ହୋଇଛି ଏବଂ କେତେଜଣ ଆହତ ହୋଇଛନ୍ତି ସେ ସମ୍ପର୍କରେ ଅଧିକ ସୂଚନା ଉପଲବ୍ଧ ନାହିଁ।

Share