ଆଦିଲଙ୍କୁ ଜାମିନ ନ ମିଳିବାକୁ କୋର୍ଟରେ ଆବେଦନ କରିବେ ରାଖୀ

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଗିରଫ ହୋଇଛନ୍ତି। ନିକଟରେ ସ୍ବାମୀ ଆଦିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିନେତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଆଦିଲଙ୍କୁ ଗିରଫ କରିଥିଲା। ତେବେ ଆଦିଲଙ୍କୁ କୌଣସି ପ୍ରକାରେ ଜାମିନ ନ ମିଳୁ ବୋଲି ରାଖୀ ସାୱନ୍ତ ଚେଷ୍ଟା କରୁଛନ୍ତି। ଏଥିପାଇଁ ଗୁରୁବାର ଅଭିନେତ୍ରୀ ବିଚାରପତିଙ୍କ ନିକଟରେ ଆବେଦନ କରିବାକୁ କୋର୍ଟରେ ପହଞ୍ଚିଛନ୍ତି। ରାଖୀ କହିଛନ୍ତି, ମୁଁ ଏଠାକୁ ଆସିଛି ଯାହାଦ୍ୱାରା ଆଦିଲ ଜାମିନ ପାଇବେ ନାହିଁ, କାରଣ ମୋର ଅଭିଯୋଗ ବହୁତ ଶକ୍ତିଶାଳୀ। ମୁଁ ବିଚାରପତିଙ୍କୁ ଅନୁରୋଧ କରିବି ଯେ, ଆଦିଲ ମୋତେ ନିର୍ଯାତନା ଦେଇଛନ୍ତି, ମୋତେ ଠକିଛନ୍ତି। ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ୍‌ ନୁହେଁ। ସେଥିପାଇଁ ମୁଁ ନିଜେ କୋର୍ଟକୁ ଆସିଛି। ମୋର ସମସ୍ତ ପ୍ରମାଣ ବିଚାରପତି ଏବଂ ପୋଲିସକୁ ଦେଇଛି। ମୋର ଡାକ୍ତରୀ ଚିକିତ୍ସା ମଧ୍ୟ କରାଯାଇଛି।

Share