ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଈଶା ମା’ ନୀତା ଅମ୍ବାନୀଙ୍କର ଖୁବ୍ ନିକଟତର। ନିଜର ଛୋଟ ବଡ଼ ସବୁ କଥା ସେ ମା’ଙ୍କ ସହ ଶେୟାର କରିଥାନ୍ତି। ମା’ଙ୍କୁ ନ ପଚାରିଲେ ଈଶା କିଛି ବି କାମ କରି ନ ଥାନ୍ତି। ଏ ବିଷୟରେ ନୀତା ନିଜେ ଏକ ସାକ୍ଷାତକାରରେ କହିଥିଲେ।
ସେ କହିଥିଲେ ଯେ, ଯେତେବେଳେ ଆନନ୍ଦ ବିବାହ କରିବାକୁ ଈଶାଙ୍କୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ଈଶା ମା’ଙ୍କ ନ ପଚାରିଲେ କେବେ କିଛି ନିଷ୍ପତ୍ତି ନେଇ ନ ଥାଏ ବୋଲ କହିଥିଲେ। ଈଶାଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଆନନ୍ଦ ନୀତାଙ୍କୁ ଫୋନ କରି ତାଙ୍କ ସହ ସାକ୍ଷାତ କରିବାକୁ ଅନୁରୋଧ କଲେ। ଏହା ପରେ ଈଶା ଓ ଆନନ୍ଦଙ୍କ ବିବାହ ପ୍ରସ୍ତାବ ଆଗକୁ ବଢ଼ିଲା। ଏହା ପରଠାରୁ ଯେତେବେଳେ କି କୌଣସି ନିଷ୍ପତ୍ତି ନେବାର ସମୟ ଆସେ ଆନନ୍ଦ ଈଶାଙ୍କୁ ଶାଶୁ ନୀତାଙ୍କ ନାମରେ ଚିଡାଇଥାନ୍ତି। ଏ ବିଷୟରେ ନୀତା ଏକ ସାକ୍ଷାତକାରରେ କହିଥିଲେ।