Categories: ବାଣିଜ୍ୟ

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କୁ ଏହି ନାମରେ ଚିଡାନ୍ତି ସ୍ବାମୀ ଆନନ୍ଦ

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଈଶା ମା’ ନୀତା ଅମ୍ବାନୀଙ୍କର ଖୁବ୍‌ ନିକଟତର। ନିଜର ଛୋଟ ବଡ଼ ସବୁ କଥା ସେ ମା’ଙ୍କ ସହ ଶେୟାର କରିଥାନ୍ତି। ମା’ଙ୍କୁ ନ ପଚାରିଲେ ଈଶା କିଛି ବି କାମ କରି ନ ଥାନ୍ତି। ଏ ବିଷୟରେ ନୀତା ନିଜେ ଏକ ସାକ୍ଷାତକାରରେ କହିଥିଲେ।
ସେ କହିଥିଲେ ଯେ, ଯେତେବେଳେ ଆନନ୍ଦ ବିବାହ କରିବାକୁ ଈଶାଙ୍କୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ଈଶା ମା’ଙ୍କ ନ ପଚାରିଲେ କେବେ କିଛି ନିଷ୍ପତ୍ତି ନେଇ ନ ଥାଏ ବୋଲ କହିଥିଲେ। ଈଶାଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଆନନ୍ଦ ନୀତାଙ୍କୁ ଫୋନ କରି ତାଙ୍କ ସହ ସାକ୍ଷାତ କରିବାକୁ ଅନୁରୋଧ କଲେ। ଏହା ପରେ ଈଶା ଓ ଆନନ୍ଦଙ୍କ ବିବାହ ପ୍ରସ୍ତାବ ଆଗକୁ ବଢ଼ିଲା। ଏହା ପରଠାରୁ ଯେତେବେଳେ କି କୌଣସି ନିଷ୍ପତ୍ତି ନେବାର ସମୟ ଆସେ ଆନନ୍ଦ ଈଶାଙ୍କୁ ଶାଶୁ ନୀତାଙ୍କ ନାମରେ ଚିଡାଇଥାନ୍ତି। ଏ ବିଷୟରେ ନୀତା ଏକ ସାକ୍ଷାତକାରରେ କହିଥିଲେ।

Share