ନୂଆଦିଲ୍ଲୀ,୧୪।୪: ସ୍ବାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟି ଜଣେ ତୁଲାଇବେ। ତେବେ କିଏ ଡ୍ୟୁଟି କରିବ ଆଉ କିଏ କରିବ ନାହିଁ ଏନେଇ ଜିଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଏ ପ୍ରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ କମିଶନର ।
ଉଭୟ ସ୍ବାମୀ-ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିଲେ ପ୍ରାୟତଃ ଉଭୟଙ୍କର ନିର୍ବାଚନ ଡ୍ୟୁଟି ପଡିବ । ତେଣୁ ଜଣଙ୍କୁ ପ୍ରାର୍ଥନା ପତ୍ର ଆଧାରରେ ନିର୍ବାଚନ ଡ୍ୟୁଟିରୁ ମୁକ୍ତ ରଖାଯିବ। ଏନେଇ ଜିଲା ନିର୍ବାଚନ ଅଧିକାରୀ ଚୂଡାନ୍ତ ନିଷ୍ପତ୍ତି ନେବେ।