କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌ ୫୦ ଫୁଟ ଉପରୁ ଏକ ବିରାଟ ପଥରଖଣ୍ଡ ଖସିଲା। ଫଳରେ ତାଙ୍କ କାର୍‌ ଭାଙ୍ଗି ଚୁର୍‌ମାର ହୋଇଯାଇଛି।

ଏକ ରିପୋର୍ଟ ଅନୁଯାୟୀ, କୋକାର ଆର୍କଟିକ୍‌ ଆଉଟପୋଷ୍ଟରେ ଥିବା ଏକ କୋଠାରୁ ବରଫଖଣ୍ଡ ଖସି ପଡ଼ିଥିଲା। ଦମ୍ପତିଙ୍କ କାର୍‌ ଉପରେ ଏହା ପଡ଼ିବାରୁ ସେମାନେ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡୁଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ବଞ୍ଚିଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share