Categories: ଜାତୀୟ

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି ଚାକିରି କରିପାରିବେ ନାହିଁ ସ୍ବାମୀ-ସ୍ତ୍ରୀ: ହାଇକୋର୍ଟ

ଲକ୍ଷ୍ନୌ,୧୨।୯: ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟସ୍ଥଳୀରେ ଏକାଠି ନିଯୁକ୍ତି ହେବା ଗ୍ରହଣୀୟ ନୁହେଁ। ଏନେଇ ତାଙ୍କୁ କୌଣସି ଅଧିକାର ଦିଆଯାଇ ନାହିଁ। ଏ ସମ୍ପର୍କରେ ଉକ୍ତ ବିଭାଗ ବିଚାର କରି ପାରିବେ। ମାତ୍ର ଏହା ଜରୁରୀ ନୁହେଁ କି, ସ୍ବାମୀ-ସ୍ତ୍ରୀ ଗୋଟିଏ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି କାମ କରିବେ।

ଲକ୍ଷୌ ହାଇକୋର୍ଟରେ ସ୍ବାମୀ-ସ୍ତ୍ରୀ ଗୋଟିଏ ସ୍ଥାନରେ ଚାକିରି କରିବା ନେଇ କୋର୍ଟରେ ଆବେଦନ କରିଥିଲେ। ବେସିକ୍‌ ଶିକ୍ଷା ବିଭାଗ ଯାଚିକାକୁ ଖାରଜ କରିବା ସହ ଟ୍ରାନ୍ସଫର ଉପରେ ସହମତି ହୋଇ ନ ଥିଲେ। ହାଇକୋର୍ଟରେ ଆବେଦନ ସମୟରେ କୁହାଯାଇଥିଲା କି, ସ୍ବାମୀ-ସ୍ତ୍ରୀ ଏନଏଚପିସି, ଭେଲ୍‌, ଇଣ୍ଟରମିଡିଏଟ କଲେଜ, ସରକାରୀ ବ୍ୟାଙ୍କ, ଏଲଆଇସି, ବିଦ୍ୟୁତ ବିତରଣ ନିଗମ, ପାଓ୍ବାର କର୍ପୋରେଶନ ଏବଂ ପବ୍ଲିକ ସେକ୍ଟରରେ ନିଯୁକ୍ତି ପାଇଛନ୍ତି। ମାତ୍ର ତାଙ୍କର ପୋଷ୍ଟିଂ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବାରୁ ସେମାନଙ୍କୁ ଅଲଗା ରହିବାକୁ ପଡୁଛି। ତେଣୁ ଦୁହିଁଙ୍କୁ ଗୋଟିଏ କାର୍ଯ୍ୟସ୍ଥଳୀରେ ନିଯୁକ୍ତି ଦେବାକୁ ଆବେଦନ କରାଯାଇଛି।

Share