ବାଲକୋନିରେ ସ୍ତ୍ରୀ-ସ୍ବାମୀ ଲାଗୁଥିଲେ ଝଗଡ଼ା, ପରେ ଯାହା ଘଟିଲା ଜାଣିଲେ…

ସେଣ୍ଟ୍‌ ପିଟର୍ସବର୍ଗ,୩୧ା୫: ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା। ମାତ୍ର ଋଷିଆର ପରିଚିତ ସହର ସେଣ୍ଟ ପିଟର୍ସବର୍ଗରେ ଘଟିଛି ଏକ ଅଜବ ଘଟଣା। ରିପୋର୍ଟ ଅନୁଯାୟୀ, ଏକ କୋଠାର ଦ୍ୱିତୀୟ ମହଲାରେ ସ୍ତ୍ରୀ-ସ୍ବାମୀ ମଧ୍ୟରେ ଝଗଡ଼ା ଭୟଙ୍କର ରୂପ ନେଇଛି। ଫଳରେ ଦୁଇଜଣଙ୍କ ଜୀବନ ସଙ୍କଟରେ ପଡ଼ିଛି।

ପିଟର୍ସବର୍ଗର ଏକ କୋଠାର ଦ୍ୱିତୀୟ ମହଲାରେ ରହୁଥିବା ଓଲ୍‌ଗୋ ଓ୍ବାଲ୍‌କୋବା ଏବଂ ତାଙ୍କ ସ୍ତ୍ରୀ ୟେବ୍‌ଗେନି କାର୍ଲଗିନ୍‌ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା। ଉଭୟ ଉଭୟଙ୍କ ଉପରୁ ହାତ ଉଠାଇଥିଲେ। ଝଗଡ଼ାର ମାତ୍ରା ଏତେ ବଢ଼ିଥିଲା ଯେ, ମାଡପିଟ୍‌ ଲାଗି ଶେଷରେ ଦୁଇଜଣ ବାଲକୋନି ରେଲିଂରୁ ୨୫ ଫୁଟ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକେ ଫୋନ୍‌ କରି ଆମ୍ବୁଲାନ୍ସ ଡାକିଥିଲେ। ବର୍ତ୍ତମାନ ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Share