ଗୋଟିଏ ପରିବାରରେ ସ୍ବାମୀଙ୍କୁ ୪, ସ୍ତ୍ରୀଙ୍କୁ ଗୋଟିଏ ପଦବୀରେ ନିଯୁକ୍ତି

ରେମାଲକାନଗିରି,୩୦।୩ (ଡି.ଏନ.ଏ.) – ମାଲକାନଗିରି ଜିଲା ମାଥିଲି ବ୍ଲକର ଗାଙ୍ଗରାଜଗୁମ୍ମା ଗ୍ରାମର ଗୋଟିଏ ପରିବାରର ସ୍ବାମୀଙ୍କୁ ୪ଟି ପଦରେ ନିଯୁକ୍ତି ମିଳିଥିବା ବେଳେ ସ୍ତ୍ରୀଙ୍କୁ ଗୋଟିଏ ପଦବୀରେ ନିଯୁକ୍ତି ମିଳୁଛି। ସାଧାରଣତଃ ସରକାରୀ ସ୍ତରରେ ନିଯୁକ୍ତିଟିଏ ପାଇବା କଷ୍ଟକର ହେଉଥିବା ବେଳେ ଉକ୍ତ ଗ୍ରାମର ସମ୍ପୃକ୍ତ ପରିବାରର ମୁଖ୍ୟଙ୍କୁ ୪ଟି ନିଯୁକ୍ତି ମିଳିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଗ୍ରାମର କର୍ଣ୍ଣ ଦୁରୁଆ ଗାଙ୍ଗରାଜଗୁମ୍ମା ଗ୍ରାମର ଗ୍ରାମସାଥୀ ଅଛନ୍ତି। ଏଥିସହ ସେ ମାଥିଲି ଜଳଛାୟା ପ୍ରକଳ୍ପରେ ଗାଙ୍ଗରାଜଗୁମ୍ମା ଗ୍ରାମର ସେକ୍ରେଟାରି ହୋଇଛନ୍ତି। କର୍ଣ୍ଣଙ୍କ ନାମରେ ଟ୍ରାକ୍ଟର ଭେଣ୍ତର ରହିଛି। ସେ ମଧ୍ୟ ବିଏଫ୍‌ଟି ପଦବୀରେ ରହିଛନ୍ତି। ତାଙ୍କ ସ୍ତ୍ରୀ ତାରାବତୀ ଦୁରୁଆ ମଧ୍ୟ ସେହି ଗ୍ରାମରେ ଗ୍ରାମସାଥୀ ରହିଛନ୍ତି। ଏମ୍‌ଜିଏନ୍‌ଆଇଜିଏସ୍‌ ଯୋଜନାରେ ହେଉଥିବା କାର୍ଯ୍ୟରେ ଉଭୟେ ଶ୍ରମିକଙ୍କୁ କାମ କରାଇ ଅର୍ଥ ଦେଉ ନ ଥିବା ଅଭିଯୋଗ ହେଉଛି। ଶ୍ରମିକମାନଙ୍କ ଲକ୍ଷାଧିକ ଟଙ୍କା ଉଭୟେ ଆତ୍ମସାତ୍‌ କରିଥିବା ଜଣାପଡିଛି। ଏ ସମ୍ପର୍କରେ ମାଥିଲି ବିଡିଓ ଆଶିଷ କୁମାର ଭୋଇଙ୍କୁ ପଚାରିବାରୁ ସେ କହିଲେ, ଏହି ଘଟଣା ତାଙ୍କ ନଜରକୁ ଆସିଛି। ସେ ଏହାର ତଦନ୍ତ କରୁଛନ୍ତି। ତେବେ କର୍ଣ୍ଣ ବିଏଫ୍‌ଟି ଅଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରହିଛି। ତେବେ ଉଭୟ ସ୍ବାମୀ ସ୍ତ୍ରୀ ଗୋଟିଏ ଗ୍ରାମରେ ଗ୍ରାମସାଥୀ ରହିଥିବା ନେଇ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ସରିଛି। ତାହା ଏକ ରାଜସ୍ବ ଗ୍ରାମ ହୋଇଥିବାରୁ ୨ଜଣ ସେଠାରେ ଗ୍ରାମସାଥୀ ରହିପାରିବେ।