ପରକିୟା ପ୍ରୀତିରୁ ହତ୍ୟା

ନୂଆପଡ଼ା ଅଫିସ,୨୯।୫ ନୂଆପଡ଼ା ଜିଲା କୋମନା ଥାନା ଅଧୀନ ଢୋର୍ଲାମୁଣ୍ଡା ପଞ୍ଚାୟତ ଛତା ଗାଁରେ ସ୍ତ୍ରୀ ସୁନେ ତାଣ୍ଡିଙ୍କୁ ହତ୍ୟା କରିବା ଘଟଣାରେ ସ୍ବାମୀ ଜଗବନ୍ଧୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଚରିତ୍ର ଉପରେ ସବୁବେଳେ ସନ୍ଦେହ କରୁଥିଲେ। ପରକିୟା ପ୍ରୀତି ଯୋଗୁ ସ୍ତ୍ରୀ ସୁନେଙ୍କୁ ହତ୍ୟା କରାଯାଇଛି ବୋଲି ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ହତ୍ୟାରେ ବ୍ୟବହୃତ ଠେଙ୍ଗାର ଭଙ୍ଗା ଖଣ୍ଡ ଜବତ କରିବା ସହ ଜଗବନ୍ଧୁଙ୍କଠାରୁ ଏକ ମୋବାଇଲ, ସାଇକେଲ, ମୃତା ପିନ୍ଧିଥିବା ପୋଷାକ, ଅଭିଯୁକ୍ତଙ୍କ ପୋଷାକ, ମୃତାଙ୍କ ଭଙ୍ଗା ଚୂଡ଼ି ଆଦି ପୋଲିସ ଜବତ କରଛି। ଏନେଇ କୋମନା ଥାନାରେ ୩୦୨ ଧାରାରେ ଏକ ମାମଲା (ନଂ.୧୪୭/୨୩) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Share