Categories: ଜାତୀୟ

ଭାଜପା ନେତ୍ରୀ ହତ୍ୟା ଘଟଣାରେ ସ୍ବାମୀ ଗିରଫ

ନାଗପୁର, ୧୩।୮: ନାଗପୁରର ମହିଳା ଭାଜପା ନେତ୍ରୀ ସାନା ଖାନ୍‌ ହତ୍ୟା ଘଟଣାରେ ତାଙ୍କ ସ୍ବାମୀ ଅମିତ ସାହୁଙ୍କୁ ପୋଲିସ ମଧ୍ୟପ୍ରଦେଶର ଜବଲପୁରରୁ ଗିରଫ କରିଛି। ଅମିତ ଏହି ଅପରାଧ ଘଟଣାଇଥିବା ସ୍ବୀକାର କରିଥିବାବେଳେ ପୋଲିସ ତାଙ୍କୁ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ହତ୍ୟା ପରେ ସାନାଙ୍କ ଶବକୁ ଅଭିଯୁକ୍ତ ଅମିତ ନଦୀରେ ଫିଙ୍ଗି ଦେଇଥିଲେ। ଯାହା ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇନାହିଁ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ ସାନା ଭାଜପା ସଂଖ୍ୟାଲଘୁ ସେଲର ସଦସ୍ୟା ଥିଲେ। ତେବେ ସେ ଗତ କିଛି ତଳେ ଜବଲପୁରକୁ ବୁଲିବାକୁ ଯାଇଥିବାବେଳେ ସେଠାରୁ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

Share