Categories: ଜାତୀୟ

ସ୍ତ୍ରୀଙ୍କୁ ମାସିକ ୨୫ ହଜାର ଭରଣ ପୋଷଣ ମାଗିଲେ ସ୍ବାମୀ

ନୂଆଦିଲ୍ଲୀ,୨୯।୧୧: ଛାଡ଼ପତ୍ର ମାମଲାରେ ସ୍ତ୍ରୀଙ୍କ ପକ୍ଷରୁ ସ୍ବାମୀଙ୍କ ଉପରେ ଭରଣ ପୋଷଣ ଦାବି କରାଯାଇଥାଏ। ତେବେ ଦିଲ୍ଲୀର ଏକ କୋର୍ଟରେ ଜଣେ ସ୍ବାମୀ ନିଜର ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ସ୍ତ୍ରୀଙ୍କଠାରୁ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ଦାବି କରିଛନ୍ତି। ସ୍ବାମୀଙ୍କ ବିରୋଧରେ ଭିନ୍ନ ଭିନ୍ନ ମିଥ୍ୟା ଅଭିଯୋଗ ଆଣି ସ୍ତ୍ରୀ ମାମଲା ଦାଏର କରିଥିବା ସେ କହିଛନ୍ତି। ଛାଡ଼ପତ୍ର ମାମଲାରେ ତାଙ୍କର ବହୁ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ତାଙ୍କ ସ୍ତ୍ରୀ ଏମ୍‌ବିଏ ପାସ୍‌ ପରେ ଚାିକରି କରିଛନ୍ତି। ସ୍ତ୍ରୀଙ୍କର ମାସିକ ଦରମା ୬୨ ହଜାର ଟଙ୍କା ବୋଲି ସ୍ବାମୀ କହିଛନ୍ତି। ଏବେ ସ୍ବାମୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି ପାଠ୍ୟକ୍ରମରେ ନାମ ଲେଖାଇବାକ୍‌ୁ ଚାହଁୁଛନ୍ତି। ୨ ବର୍ଷ ଉଦ୍ୟମ କରିମଧ୍ୟ ସେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନାହାନ୍ତି। ଏପରିସ୍ଥଳେ ସ୍ତ୍ରୀଙ୍କର ଛାଡ଼ପତ୍ର ମାମଲା ଯୋଗୁ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ସ୍ବାମୀ ସ୍ତ୍ରୀଙ୍କଠାରୁ ଭରଣ ପୋଷଣ ଲାଗି କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଡିସେମ୍ବରରେ କରାଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।

Share