ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍‌ ଆସିଲେ ସ୍ବାମୀ: ଆଉ ତା’ପରେ

ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ବୟଫ୍ରେଣ୍ଡ୍‌ ସହ ହୋଟେଲ ଯାଇଥିବା ଜଣେ ମହିଳାଙ୍କୁ ଚାପୁଡା ମାରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଛି। ସୂଚନାଯୋଗ୍ୟ, ଜଣେ ମହିଳା ବୟଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିଲେ। ଏହି ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ମହିଳା ଜଣଙ୍କ ହୋଟେଲରେ ଆସି ପହଞ୍ଚିଥିଲେ। ମହିଳା ରୁମ୍‌ରୁ ବାହାରିବା କ୍ଷଣି ତାଙ୍କୁ ଚାପୁଡା ମାରି ଚାଲିଥିଲେ। ଏବେ ଉଭୟଙ୍କ ଛାଡପତ୍ର ମାମଲା କୋର୍ଟ ଚାଲିଛି। ମହିଳାଙ୍କ ସ୍ବାମୀ ଜଣେ ପୋଲିସ କନଷ୍ଟେବଳ ବୋଲି ଜଣାପଡିଛି। ସେ ଜଳନ୍ଧରରେ ରୁହନ୍ତି। ମହିଳା ଜଣଙ୍କ ନିଜ ବୟଫ୍ରେଣ୍ଡଙ୍କ ଯୋଗୁ ତାଙ୍କୁ ଅନେକ ଦିନ ଧୋକା ଦେଇ ଆସୁଥିବା ତାଙ୍କ ସ୍ବାମୀ କହିଛନ୍ତି। ୬ବର୍ଷ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା। ଛୋଟ ଛୋଟ କଥାକୁ ନେଇ ବୈବାହିକ ଜୀବନରେ ଝଗଡା ଲାଗୁଥିଲା। ଏହାପରେ ପରିସ୍ଥିତି ଏପରି ହୋଇଥିବା ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Share