Categories: ଫୁରସତ

ପୁତ୍ର ସନ୍ତାନ ଲୋଭ: ବିବସ୍ତ୍ର ସ୍ନାନ ପାଇଁ ବାଧ୍ୟକଲେ ସ୍ବାମୀ

ମୁମ୍ବାଇ: ଆଧୁନିକ ଯୁଗରେ ମଧ୍ୟ ଅନେକ ଲୋକ ଅନ୍ଧ ବିଶ୍ୱାସ କବଳରେ କବଳିତ। ଗୁଣି ଗାରେଡ଼ି ଜରିଆରେ ମହାରାଷ୍ଟ୍ର ପୁଣେର ଜଣେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ତାଙ୍କ ସ୍ବାମୀ ସାଧାରଣ ଲୋକଙ୍କ ସମ୍ମୁଖରେ ଝରଣାରେ ଗାଧୋଇବାକୁ ବାଧ୍ୟ କରିଥିବା ଅଭିଯୋଗ ପରେ ପୋଲିସ ଗିରଫ କରିଛି। ମହିଳା ଜଣକ ୨୦୧୩ରେ ପୁଣେର ଜଣେ ବ୍ୟବସାୟୀଙ୍କୁ ବାହାହୋଇଥିଲେ। ପୁତ୍ର ସନ୍ତାନ ଆଶାରେ ତାଙ୍କ ପରିବାର ଜଣେ ବାବାଙ୍କ ପାଖକୁ ଯାଇଥିଲେ। ବାବା ଯେଉଁଭଳି ଭାବେ ତାଙ୍କୁ କରିବାକୁ କହୁଥିଲେ ସେମାନେ ସବୁ ସେମିତି କରୁଥିଲେ। ବାବାଙ୍କ କହିବା ଅନୁସାରେ ଝରଣା ତଳେ ଉଲଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ଲାଭ ହେବ, ଯାହାପାଇଁ ମହିଳାଙ୍କ ସ୍ବାମୀ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲେ।

Share