ଚଣ୍ଡିଗଡ଼,୧୯ା୧୦: ସ୍ତ୍ରୀ ବାପଘରୁ ଫେରିବାକୁ ମନା କରିଦେବାରୁ ଉତ୍କ୍ଷିପ୍ତ ସ୍ବାମୀ ବର୍ବର କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ସମେତ ତାଙ୍କ ବାପଘରର ୪ ସଦସ୍ୟଙ୍କୁ ଜାଳିଦେଇଛନ୍ତି। ପରମଜିତ କୌର ତାଙ୍କ ପୂର୍ବ ସ୍ବାମୀଙ୍କ ଦୁଇ ସନ୍ତାନଙ୍କୁ ନେଇ ପଞ୍ଜାବର ଜଳନ୍ଧରସ୍ଥିତ ବାପଘରେ ରହୁଥିଲେ। ସ୍ବାମୀ କୁଲଦୀପ୍ ସିଂ ସ୍ତ୍ରୀଙ୍କୁ ଘରକୁ ଫେରାଇନେବାକୁ ଚାହୁଁଥିଲେ। ତେବେ କୁଲଦୀପ୍ ମାଡ଼ ମାରୁଥିବାରୁ ସେ ଫେରିବା ପାଇଁ ମନା କରିଦେଇଥିଲେ। ସୋମବାର ରାତିରେ କୁଲଦୀପ୍ ସେମାନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଳନ୍ଧର ପୋଲିସ କହିଛି।