Categories: ଜାତୀୟ

ପାଠ ପଢ଼ିଥିବା ସ୍ତ୍ରୀଙ୍କୁ ଚାକିରି କରିବାକୁ ବାଧ୍ୟ କରି ଭରଣପୋଷଣ ବନ୍ଦ ପାରିବେନି ସ୍ବାମୀ: ହାଇକୋର୍ଟ…

ନୂଆଦିଲ୍ଲୀ,୨୬।୧୦ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ତ୍ରୀ ପାଠ ପଢ଼ିଥିଲେ ତାଙ୍କୁ ଚାକିରି କରିବାକୁ ସ୍ବାମୀ ବାଧ୍ୟ କରିପାରିବେ ନାହିଁ। ସେହିପରି ସ୍ତ୍ରୀଙ୍କୁ ଚାକିିରି କରିବାକୁ କହି ଜାଣିଶୁଣି ସ୍ବାମୀ ଭରଣପୋଷଣ ଦେବାକୁ ଅମଙ୍ଗ ହେଉଥିବା ଗ୍ରହଣ କରାଯାଇ ପାରିବ ନାହିଁ।

ଜଣେ ବ୍ୟକ୍ତିଙ୍କ ଆବେଦନ ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ସେ ବିଏସସି ଡିଗ୍ରୀ ହାସଲ କରିଥିବା କାରଣରୁ ତାଙ୍କ ସ୍ତ୍ରୀଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀ ରକ୍ଷଣାବେକ୍ଷଣ ଭତ୍ତାକୁ ମାସକୁ ୨୫,୦୦୦ ରୁ ୧୫,୦୦୦ ଟଙ୍କାକୁ ହ୍ରାସ କରିବାକୁ ଚେଷ୍ଟା କରିଥିଲେ। ଜଷ୍ଟିସ ସୁରେଶ କୁମାର କୈତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ସ୍ତ୍ରୀ ସ୍ନାତକ ହୋଇଥିଲେ ମଧ୍ୟ ଭରଣପୋଷଣକୁ ବନ୍ଦ କରାଯାଇ ପାରିବ ନାହିଁ। ପରିବାର କୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣରେ ହସ୍ତକ୍ଷେପ କରିବାରେ କୌଣସି କାରଣ ନାହିଁ ବୋଲି ବେଞ୍ଚ କହିଛନ୍ତି।

ଜଷ୍ଟିସ ନୀନା ବଂଶଲ କୃଷ୍ଣଙ୍କ ଏକ ବେଞ୍ଚ କହିଛନ୍ତି କୌଣସି ସିଦ୍ଧାନ୍ତ ନିଆଯାଇପାରିବ ନାହିଁ ଯେ ସ୍ତ୍ରୀ ସ୍ନାତକ ଡିଗ୍ରୀଧାରୀ ହୋଇଥିବାରୁ ତାଙ୍କୁ କାମ କରିବାକୁ ବାଧ୍ୟ କରାଯିବା ଉଚିତ। ଏହା ମଧ୍ୟ ଅନୁମାନ କରାଯାଇପାରିବ ନାହିଁ ଯେ ସେ କେବଳ ସ୍ବାମୀଙ୍କ ଭରଣପୋଷଣ ଦାବି ପାଇଁ ଜାଣିଶୁଣି ଚାକିରି କରୁନାହାଁନ୍ତି।

 

Share