ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ: ମଣ୍ଡପରେ ଝିଅକୁ ଧରି ପହଞ୍ଚିଲେ ପ୍ରଥମ ସ୍ତ୍ରୀ, ପରେ ଘଟିଲା ଏମିତି…

ଚଣ୍ଡିଗଡ଼,୨୮ା୫: ପଞ୍ଜାବର ଫିରୋଜପୁରରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରୁଥିଲେ। ଏହା ଜାଣିପାରି ତାଙ୍କ ପ୍ରଥମ ସ୍ତ୍ରୀ ମଣ୍ଡପରେ ପହଞ୍ଚି ହଙ୍ଗାମା କରିଥିଲେ। ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ବାମୀ ପ୍ରଥମେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛି। ମାତ୍ର ତାଙ୍କୁ ଧୋକା ଦେଇ ନ ଜଣାଇ ଦ୍ୱିତୀୟ ବିବାହ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବୁଟା ସିଂହ ନାମକ ଜଣେ ବ୍ୟକ୍ତି ୧୩ ମାସ ତଳେ ସୁନୀତା ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଦେଖାଦେଇଥିଲା। ପରେ ସୁନୀତା ଶାଶୁଘର ଛାଡ଼ି ବାପଘର ଚାଲିଯାଇଥିଲେ। ସେଠାରେ ତାଙ୍କର ଏକ ଝିଅ ହୋଇଥିଲା। ସ୍ବାମୀଙ୍କ ସହ ବୁଝାମଣା ପାଇଁ ଅନେକ ଥର ଗାଁରେ ପଞ୍ଚାୟତ ବସିଛି। ମାତ୍ର ଦୁଇଜଣଙ୍କ ମଧ୍ୟରେ କୌଣସି ସମାଧାନ ହୋଇ ନ ଥିଲା। ଏହା ମଧ୍ୟରେ ସୁନୀତା ଖବର ପାଇଲେ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରୁଛନ୍ତି। ଏହା ପରେ ସେ ନିଜ ବନ୍ଧୁ ପରିଜନଙ୍କ ସହ ବିବାହ ମଣ୍ଡପରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ଏହା ଜାଣି ଦ୍ୱିତୀୟ ଯୁବତୀଙ୍କ ପରିବାର ଲୋକେ ବୁଟାଙ୍କଠାରୁ ସମସ୍ତ ସମ୍ପର୍କ କାଟିଦେଲେ। ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଟାଙ୍କୁ ଗିରଫ କରିଛି।

Share