ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ

ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯାତନା ସହି ନ ପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ୨୩୪/୨୨ରେ ଏକ ମାମଲା ରୁଜୁ କରାଯାଇ ସ୍ବାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Share