ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ

ଉଦଳା,୧୨।୯(ସନ୍ତୋଷ କୁମାର ବାଛିନି): ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ସ୍ତ୍ରୀ ବେକକୁ ଏକ ଧାରୁଆ ଛୁରିରେ କାଟି ଫେରାର ହୋଇଯାଇଛନ୍ତି ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଭଙ୍ଗାବନ୍ଧ ଗ୍ରାମରେ ।

କପ୍ତିପଦା ଥାନା କଷିବିଲ ଗ୍ରାମର ବିରଞ୍ଚି ନାଏକ ୪ ବର୍ଷ ତଳେ ପାର୍ବତୀ ନାଏକଙ୍କୁ ବିବାହ କରିଥିଲେ। ହେଲେ ପରିବାରରେ ଝଗଡା ଲାଗି ରହୁଥିବାରୁ ଦୁଇ ମାସ ହେଲା ପାର୍ବତୀ ବାପଘରେ ରହୁଥିଲେ। ହେଲେ ଗୁରୁବାର ସ୍ବାମୀ ଶ୍ୱଶୁର ଘରକୁ ଯାଇଥିଲେ। ଦମ୍ପତି ଘର ଭିତରେ ବସି କଥା ହେଉଥିଲେ । ସେତିକିବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ଏକ ରଙ୍ଗ ନମ୍ବରରେ ପାର୍ବତୀ କଥା ହେଉଥିବା ବିରଞ୍ଚି ଜାଣିବାକୁ ପାଇବା ସହ ପରକୀୟା ପ୍ରୀତି ସନ୍ଦେହରେ ଏକ ଧାରୁଆ ଛୁରିରେ ପାର୍ବତୀଙ୍କ ତଣ୍ଟି କାଟି ଦେଇ ବିରଞ୍ଚି ଫେରାର ହୋଇଯାଇଥିଲେ। ପାର୍ବତୀଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି । କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri