Categories: ଫୁରସତ

ହଜବ୍ୟାଣ୍ଡ ଡେ’ କେୟାର ସେଣ୍ଟର

ମା’ ବାପା ଉଭୟେ କର୍ମଜୀବୀ ହୋଇଥିଲେ ପିଲାଙ୍କୁ ସେମାନେ କିଛି ଘଣ୍ଟା ପାଇଁ ଡେ’ କେୟାର ସେଣ୍ଟରରେ ଛାଡିଥାନ୍ତି। ଯେଉଁଠି ପିଲାଙ୍କୁ ଖୁଆଇ, ପିଆଇ, ଖେଳାଇ ବେଶ୍‌ ଆରାମରେ ରଖାଯାଏ। ଆଉ କର୍ମଜୀବୀ ମା’ବାପା ନିଜ କାମ କରିପାରନ୍ତି। ସେମାନଙ୍କ ପାଇଁ ଚାଇଲ୍ଡ ଡେ’ କେୟାର ସେଣ୍ଟର ବରଦାନ ସ୍ବରୂପ। ହେଲେ ଜାଣନ୍ତି କି ଖାଲି ଚାଇଲ୍ଡ ଡେ’ କେୟାର ସେଣ୍ଟର ନୁହେଁ ଆଉ ଏକ ପ୍ରକାରର ଡେ’ କେୟାର ସେଣ୍ଟରର ବ୍ୟବସ୍ଥା ବି ଅଛି। ସେ ହେଉଛି ହଜ୍‌ବ୍ୟାଣ୍ଡ ଡେ’ କେୟାର ସେଣ୍ଟର। ଅବିଶ୍ୱାସ ଲାଗିଲେ ବି ଏହା ସତ। ଚାଇନା, ଆମେରିକା ସମେତ ଆହୁରି ଅନେକ କିଛି ଦେଶରେ ଏହି ଚଳଣି ଜୋର୍‌ ଧରିଛି। ମହିଳାମାନେ ଶପିଂ ଗଲାବେଳେ ଘଣ୍ଟା ଘଣ୍ଟା ସମୟ ନିଅନ୍ତି, ଯେଉଁଥିପାଇଁ ପୁରୁଷମାନେ ବିରକ୍ତ ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ସ୍ବାମୀମାନେ ସ୍ତ୍ରୀଙ୍କ ସହ ଶପିଂ ନ ଯାଇ ଏହି ଡେ’ କେୟାର୍‌ ସେଣ୍ଟରକୁ ଯାଇପାରିବେ। ସ୍ତ୍ରୀମାନେ ବି ନିଜ ବାନ୍ଧବୀମାନଙ୍କ ସହ ଫିଲ୍ମ ଦେଖିବାକୁ ଯିବାର ଥିଲେ ସ୍ବାମୀଙ୍କୁ ଏଠାରେ ଛାଡିପାରିବେ। ଏହି ଡେ’ କେୟାର ସେଣ୍ଟରରେ ବିଭିନ୍ନ ପ୍ରକାର ଡ୍ରିଙ୍କ୍ସ ଓ ଖାଇବାର ବ୍ୟବସ୍ଥା ମଧ୍ୟ ଥାଏ। ଫଳରେ ଏଠାରେ ପାର୍ଟି କରିହେବ, ବିଭିନ୍ନ ପ୍ରକାରର ଗେମ୍ସ ଖେଳିହେବ ଓ ଚାହିଁଲେ ମୁଭି ବି ଦେଖିହେବ; ଯଦ୍ଦ୍ବାରା ସ୍ତ୍ରୀମାନେ ଆରାମରେ ବିନା ଚିନ୍ତାରେ ଶପିଂ ଓ ବୁଲାବୁଲି କରିପାରିବେ।

Share