ସ୍ବାମୀଙ୍କୁ ଚିକେନ ତରକାରି ଭଲ ଲାଗିଲାନି, ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୭: ରାଗ ମଣିଷର ପରମ ଶତ୍ରୁ। କୌଣସି କଥାରେ ରାଗ ଆସିଲେ ମଣିଷ କିଛି ନା କିଛି କରି ବସେ। କିଛି ଲୋକ ଅଛନ୍ତି, ଯେଉଁମାନେ ଛୋଟ କଥାରେ ବି ଭୟଙ୍କର ଭାବେ ରାଗିଯାଇ ଅଜବ କାଣ୍ଡ ଘଟାଇଥାନ୍ତି। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଚିକେନ ତରକାରି ଭଲ ଲାଗିଲାନି ବୋଲି ସେ ତାଙ୍କ ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ। ଏପରି ଘଟଣା ଦେଖିବାକୁ ମିଳିଛି ପଡ଼ୋଶୀ ଦେଶ ପାକିସ୍ତାନରେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ପାକିସ୍ତାନର ବୋଲି କୁହାଯାଉଛି। ଭିଡିଓରେ ଉପରୁ ଖସିପଡିଥିବା ମହିଳାଙ୍କୁ ସ୍ବାମୀ, ଯାଆ, ଶାଶୁ ମିଶି ତଳକୁ ଫିଙ୍ଗି ଦେଇଛନ୍ତି। ମହିଳାଙ୍କ ଦୋଷ ଥିଲା ଯେ ସେ ଚିକେନକୁ ଠିକ୍‌ ଭାବରେ ରାନ୍ଧି ନ ଥିଲେ। ଯେଉଁଥିପାଇଁ ତାଙ୍କ ସ୍ବାମୀ, ଯାଆ ଏବଂ ଶାଶୁ ଏକାଠି ହୋଇ ତାଙ୍କୁ ବିଲଡିଂର ଝରକା ପଟେ ତଳକୁ ଫିଙ୍ଗି ଦେଇଥିଲେ। ଏହି ଘଟଣା ଲାହୋରର ନାନ୍‌ରିଆଲ ଛକସ୍ଥିତ ଶାଲିମାର ରୋଡ୍‌ ନିକଟରେ ଘଟିଛି। ପଡ଼ୋଶୀମାନେ ମଧ୍ୟ ମହିଳାଙ୍କ ପଡ଼ିବାର ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇ ବାହାରକୁ ଆସି ତାଙ୍କୁ ଉଠାଇବାରେ ସାହାଯ୍ୟ କରିଥିଲେ।

ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @ DikshaKandpal8 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓରେ ୟୁଜରମାନେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି- ମସଲାଯୁକ୍ତ ଚିକେନ ମଣିଷ ଜୀବନଠାରୁ ଅଧିକ କି? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ହେଉଛି ଅଜ୍ଞତା।


Enter your email to get our daily news in your inbox.

All Right Reserved By Dharitri.Com

ଭୂଟାନକୁ କଲା କବ୍‌ଜା କଲା ଚାଇନା: ବିଶ୍ୱ ପାଇଁ ବଢିଲା ବିପଦ

ବେଜିଂ,୧୮।୧୦: ବିସ୍ତାରବାଦ ନୀତି ପାଇଁ ଚାଇନା ସାରା ବିଶ୍ୱରେ ଜଣାଶୁଣା। ଡ୍ରାଗନର ଅନ୍ୟ ଦେଶର ଜମିକୁ କବଜା କରୁଥିବା ଯୋଗୁ ପ୍ରାୟ ପ୍ରତ୍ୟେକ ପଡୋଶୀ ଦେଶ...

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri