Posted inଜାତୀୟ

ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବାହା କରାଇଲେ ସ୍ବାମୀ, ପୂରା ରୋଚକ ଘଟଣା ଜାଣିଲେ…

ସନ୍ଥ କବୀର ନଗର, ୨୮।୩: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ ବିଶାଲଙ୍କ ସହ ବିବାହ କରାଇଛନ୍ତି। ନିକଟରେ ମିରଟରେ ମୁସ୍କାନ ରାସ୍ତୋଗୀ ନାମ୍ନୀ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଘଟଣା ସମ୍ପର୍କରେ ଶୁଣିବା ପରେ ବବ୍‌ଲୁ ନିଜ ସୁରକ୍ଷାକୁ ନେଇ ସନ୍ଦିହାନ ଥିଲେ। ତେଣୁ ଭୟରେ ସେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇଥିବା ବବ୍‌ଲୁ କହିଛନ୍ତି। ଏହାସହ ୨ ପିଲାଙ୍କ ଲାଳନପାଳନ କଥା ସେ ବୁଝିବେ ବୋଲି ସ୍ତ୍ରୀ ରାଧିକାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ଥାନୀୟ ଧନଘଟା ଥାନା କତାରମିଶ୍ରା ଗ୍ରାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବବ୍‌ଲୁଙ୍କ ବିବାହ ୨୦୧୭ରେ ଗୋରଖପୁରର ରାଧିକାଙ୍କ ସହ ହୋଇଥିଲା। ବିବାହ ପରେ ରାଧିକାଙ୍କର ୨ ପିଲା ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ବୟସ ୭ ଏବଂ ୨ ବର୍ଷ। ତେବେ ପ୍ରାୟ ଦେଢ଼ବର୍ଷ ତଳେ ରାଧିକାଙ୍କର ସେହି ଗ୍ରାମର ବିଶାଲ କୁମାର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ଗଭୀର ହେବା ପରେ ରାଧିକା ନିଜ ୨ ପିଲା ଓ ସ୍ବାମୀଙ୍କୁ ଛାଡ଼ି ବିଶାଲଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ସପ୍ତାହେ ତଳେ ସେ ବିଶାଲଙ୍କ ସହ ଘରୁ ପଳାଇ ଯାଇଥିଲେ। ତେବେ ସୋମବାର ଉଭୟ ରାଧିକା ଓ ବିଶାଲ ଏକସଙ୍ଗେ ଘରକୁ ଫେରିଥିଲେ। ବିଶାଲଙ୍କୁ ବିବାହ କରିବାକୁ ସେ ଚାହୁଁଥିବା ନେଇ ରାଧିକା ନିଜ ସ୍ବାମୀ ଓ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ। ଗ୍ରାମବାସୀ ବହୁ ବୁଝାଶୁଝା କରିବା ସତ୍ତ୍ୱେ ରାଧିକା ବିଶାଲଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିଲେ। ଫଳରେ ବବ୍‌ଲୁ ରାଧିକା ଓ ବିଶାଲଙ୍କୁ ଧନଘଟା ତହସିଲ ନେଇଯାଇଥିଲେ। ସେଠାରେ ରାଧିକା ଓ ବିଶାଲଙ୍କ ବିବାହକୁ ନେଇ ଏକ ବୁଝାମଣା ପ୍ରସ୍ତୁତ ହୋଇଥିଲା। ଏହାପରେ ସେମାନେ ବାବା ଦାନୀନାଥ ମନ୍ଦିରରେ ପହଞ୍ଚିଥିଲେ। ସ୍ବାମୀ ବବ୍‌ଲୁ ଓ ନିଜ ୨ ପିଲାଙ୍କ ସମ୍ମୁଖରେ ରାଧିକା ତାଙ୍କ ପ୍ରେମିକ ବିଶାଲଙ୍କୁ ବରଣମାଳା ପିନ୍ଧାଇଥିଲେ।
ଘଟଣାକୁ ନେଇ ବବ୍‌ଲୁ କହିଛନ୍ତି, ବିଶାଲଙ୍କ ସହ ରାଧିକାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ସେ ବହୁ ପୂର୍ବରୁ ଜାଣିସାରିଥିଲେ। ବିଶାଲଙ୍କ ସହ ସମ୍ପର୍କ ନ ରଖିବାକୁ ସେ ସ୍ତ୍ରୀଙ୍କୁ ବହୁବାର ବୁଝାଇଥିଲେ। ତେବେ ତାଙ୍କ କଥାକୁ ରାଧିକା ଶୁଣି ନ ଥିଲେ। ପ୍ରେମିକଙ୍କ ସହାୟତାରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ହତ୍ୟା କରୁଥିବା ନେଇ ଅନେକ ଖବର କିଛିଦିନ ମଧ୍ୟରେ ପ୍ରକାଶ ପାଇଥିଲା। ଏଭଳି ଖବର ବବ୍‌ଲୁଙ୍କୁ ବିଚଳିତ କରିଥିଲା। ଖାସ୍‌କରି ମିରଟ ଘଟଣା ପରେ ସେ ରାଧିକାଙ୍କ ଇଚ୍ଛା ଅନୁଯାୟୀ, ତାଙ୍କ ବିବାହ ବିଶାଲଙ୍କ ସହ କରାଇବେ ବୋଲି ସ୍ଥିର କରିଥିଲେ। ତେଣୁ ସେ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ତ୍ରୀଙ୍କ ବିବାହ ତାଙ୍କ ପ୍ରେମିକଙ୍କ ସହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରାଧିକା ଏବଂ ବବ୍‌ଲୁ ପରସ୍ପରକୁ ଛାଡ଼ପତ୍ର ଦେଇନାହାନ୍ତି। ତେଣୁ ବିଶାଲଙ୍କ ସହ ରାଧିକାଙ୍କ ବିବାହ ବୈଧତାକୁ ନେଇ ପଚରାଯିବାରୁ ବବ୍‌ଲୁ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବୈଧ ବିବାହ। ଗ୍ରାମବାସୀଙ୍କ ସମ୍ମୁଖରେ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଛି। ସେହିପରି ଏହି ବିବାହକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଆପତ୍ତି ନ ଥିବା ବବ୍‌ଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri