ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଜେଲ ଗଲେ ସ୍ବାମୀ

ବୁଗୁଡ଼ା,୮ା୧(ଡି.ଏନ.ଏ.): ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ଯୌତୁକ ନିର୍ଯାତନା ଅଭିଯୋଗରେ ପୋଲିସ ଜଣେ ସ୍ବାମୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଅଞ୍ଚଳର ।

ଅଭିଯୁକ୍ତ ଜଣକ କରଚୁଲି ପଞ୍ଚାୟତ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ବାହାଘର ପରଠାରୁ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସେ ସନ୍ଦେହ କରୁଥିଲେ। ଏନେଇ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା। ତେବେ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ଏବଂ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗତ ୫ ତାରିଖରେ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୩/୨୩) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ କହିଛନ୍ତି।

Share