Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା ଶୁଣି ରାଗିଗଲେ ସ୍ବାମୀ, ମୁହଁରେ ଢାଳିଦେଲେ…

ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶରେ ଛାଡପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯଦିଓ ମୁସଲମାନ ମହିଳାମାନଙ୍କ ପାଇଁ ଟ୍ରିପଲ ତଲାକର ନିୟମ ପ୍ରଣୟନ କରାଯାଇଛି, ତଥାପି ମହିଳାମାନେ ତିନ ତଲାକର ଶିକାର ହେଉଛନ୍ତି। ବାହରାଇଚ ଜିଲାରୁ ଏଭଳି ସଦ୍ୟତମ ମାମଲା ସାମ୍ନାକୁ ଆସିଛି।
ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ଜଣେ ମୁସଲମାନ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ମହଙ୍ଗା ପଡିଛି। ସ୍ତ୍ରୀଙ୍କର ଯୋଗୀ ଏବଂ ମୋଦିଙ୍କ ପ୍ରଶଂସାକୁ ସ୍ବାମୀ ପସନ୍ଦ କରୁନଥିଲେ। ଏହା ପରେ ସେ ତାଙ୍କୁ ତିନ ତଲାକ ମଧ୍ୟ ଦେଇଥିଲେ। ମିଳିଥିବା ରିପୋର୍ଟ ଅନୁଯାୟୀ, ମରିୟମ ନାମକ ଜଣେ ମହିଳା ତାଙ୍କ ଅଭିଯୋଗରେ ୟୁପିର ବାହରଇଚରେ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବରୁ ତାଙ୍କୁ ମଧ୍ୟ ମାଡ ଦିଆଯାଇଥିଲା ଏବଂ ତାଙ୍କ ମୁଡଁରେ ଗରମ ଡାଲି ଫିଙ୍ଗି ଦିଆଯାଇଥିଲା ଏହାସହ ତିନ ତଲାଗ ଦିଆଯାଇଛି। ଉତ୍ତରପ୍ରଦେଶର ବାହରାଇଚ ଜିଲାର ଏମିତି ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଏଠାକାର ଜାରୱାଲ ପୋଲିସ ଷ୍ଟେଶନ ବାସିନ୍ଦା ମରିୟମ ନାମକ ଜଣେ ଯୁବତୀ ଡିସେମ୍ବର ୨୦୨୩ରେ ଅଯୋଧ୍ୟା ଦିଲ୍ଲୀ ଦରୱାଜା ନିବାସୀ ଅର୍ଶଦଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା।ଏହି ସମୟରେ ପୀଡିତା ମରିୟମ ଅଯୋଧ୍ୟା ବୁଲିବାକୁ ଯାଇଥିଲେ। ଅଯୋଧ୍ୟାରେ ସୌନ୍ଦର୍ଯ୍ୟ ଏବଂ ବିକାଶ କାର୍ଯ୍ୟ ଦେଖି ସେ ତାଙ୍କ ସ୍ବାମୀଙ୍କ ସାମ୍ନାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ।

Share