ସ୍ତ୍ରୀଙ୍କ ଜୀବନ ନେଲେ ସ୍ବାମୀ

ଅତାବିରା,୧୫।୯(ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ବଘିଆପାଲି ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ଗ୍ରାମର ରମେଶ ବାଗ(୩୭) ନିଜ ସ୍ତ୍ରୀ ମିନାକ୍ଷୀ(୩୦)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ରମେଶ ଜଣେ ମାନସିକ ରୋଗୀ ହୋଇଥିବା ଯୋଗୁ ସେ ସ୍ତ୍ରୀଙ୍କୁ ହତ୍ୟା କରିଥିବା କେତେକ କହୁଥିବା ବେଳେ ସେ ଏକ ଦେବୀଙ୍କୁ ପୂଜାର୍ଚ୍ଚନା କରି ଆସୁଥିବା ଯୋଗୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସ୍ତ୍ରୀଙ୍କୁ ବଳି ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ହତ୍ୟା ପରେ ଫେରାର୍‌ ଅଭିଯୁକ୍ତ ସ୍ବାମୀ ରମେଶଙ୍କୁ ଗୁରାଣ୍ଡିପାଲି ଗ୍ରାମରୁ ପୋଲିସ ଗିରଫ କରିଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ରୁଷୁଡ଼ା ଫାଣ୍ଡି ଅଧିକାରୀ ଅରୁପ କୁମାର ବରାଇ କହିଛନ୍ତି।

 

Share