ପ୍ରଥମ ବିବାହବାର୍ଷିକୀ ପାଳନ ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା କରି ଗଙ୍ଗାରେ ଫିଙ୍ଗିଦେଲେ ସ୍ବାମୀ

ପାଟଣା,୯ା୬: ବିହାରର ବୈଶାଳୀ ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବିବାହର ୧ ବର୍ଷ ପୂରଣ ପୂର୍ବରୁ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଗଙ୍ଗାରେ ଫିଙ୍ଗି ଦେଇଛନ୍ତି ସ୍ବାମୀ।

ଘଟଣାର ଦୁଇଦିନ ପରେ ପୋଲିସ ମହିଳାଙ୍କ ମୃତଦେହ ଜବତ କରିଛି। ଅନ୍ୟପକ୍ଷରେ ସ୍ବାମୀଙ୍କ ବିରୋଧରେ ମୃତ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଗତ ୬ ତାରିଖରେ ମହିଳାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିଲା।

ଜଗନ୍ନାଥପୁର ଥାନା ଅନ୍ତର୍ଗତ ପୂର୍ବ ରାଘବପୁର ବାସିନ୍ଦା ତଥା ମହିଳାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ୧୬ ଜୁଲାଇ ୨୦୨୧ରେ ତାଙ୍କ ଝିଅ ରୁପାର ବିବାହ ବିଦୁପୁରର ରୋଶନଙ୍କ ସହ ହୋଇଥିଲା। ବିବାହ ସମୟରେ ସେ ଝିଅକୁ ୫ ଲକ୍ଷ ଟଙ୍କାର ଯୌତୁକ ସାମଗ୍ରୀ ଦେଇଥିଲେ। ପରେ ଶାଶୁଘର ଲୋକେ ଏବଂ ସ୍ବାମୀ ବାପଘରୁ ଏକ ବୁଲେଟ୍‌ (ରୟାଲ ଏନ୍‌ଫିଲ୍ଡ )ଯୌତୁକ ଆଣିବା ପାଇଁ କହୁଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି। ସ୍ଥାନୀୟ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share