Categories: ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ପକାଇଥିଲେ ସ୍ବାମୀ…

ବିଳାସପୁର,୬।୩ : ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନିଜ ଘରର ପାଣି ଟାଙ୍କିରେ ପକାଇ ଦେଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତକୁ ଗିରଫ କରିଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ ଏହି ଘଟଣା ବିଲାସପୁରର ଉସଲାପୁରରେ ଘଟିଛି।

କୁହାଯାଉଛି ଯେ ଅଭିଯୁକ୍ତ ପୱନ ଠାକୁର ତାଙ୍କ ସ୍ତ୍ରୀ ସତୀ ସାହୁ ତାଙ୍କୁ ପ୍ରତାରଣା କରୁଛନ୍ତି ବୋଲି ସନ୍ଦେହ କରୁଥିଲେ। ଏହା ପରେ ସେ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେକୁ ଖଣ୍ଡ ଖଣ୍ଡ କରି ଘର ପାଣି ଟାଙ୍କିରେ ପକାଇ ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ଅନୁସନ୍ଧାନ ଆଧାରରେ ପୋଲିସ କହିଛି ଯେ ମୃତଦେହକୁ ଏକରୁ ଦୁଇମାସ ପୂର୍ବରୁ ପାଣି ଟାଙ୍କିରେ ପକାଯାଇଥିଲା।

Share