ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ତ୍ରୀକୁ ପିଟି ପିଟି ହତ୍ୟା କଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ। ଏହି ଘଟଣା ଘଟାଇବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ନେଇ କହିଥିଲେ ସ୍ବାମୀ। ମୃତକ ହେଲେ ଲିଲି ଦାଶ। ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟକୁ ଗିରଫ କରି ପଚରାଉଚରା ଜାରି ରଖିଛି ।