ସ୍ବାମୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ପଟ୍ଟାଙ୍ଗି,୧୧ା୮(ଶରତ ଧଳ): ସ୍ତ୍ରୀ ସହାୟତାରେ ସ୍ବାମୀଙ୍କୁ ହତ୍ୟା କରିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକ ଅନାଦି ପୂଜାରୀଙ୍କ ସ୍ତ୍ରୀ ମିନା ଖିଲ, ଚନ୍ଦକା ପଞ୍ଚାୟତ ନୂଆଁଗୁଡା ଗ୍ରାମରେ ରହୁଥିବା ଝିଆରୀ ଜ୍ୱାଇଁ ପତି ହନ୍ତାଳ ଓରଫ ବିଶୁ ଏବଂ ଅନାଦିଙ୍କ ଦେଢଶାଶୁ ସବିତା ହନ୍ତାଳ।

କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ କଟାବାଲି ସାହିରେ ଗତ ୭ତାରିଖରେ ସାହି ମଝିରେ ଏକ ମୃତଦେହ ପଡିଥିଲା। ଖବର ପାଇ ପୋଲିସ ମୃତଦେହ ଜବତ କରି ୧୦୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଅନାଦିଙ୍କୁ ସ୍ତ୍ରୀ ମୀନା ଏବଂ ଦେଢଶାଶୁ ସବିତା ଗତ କିଛି ଦିନ ହେଲା ଟଙ୍କା ମାଗି ଗଣ୍ଡଗୋଳ କରୁଥିଲେ। ମୁଁ କେଉଁଠୁ ଟଙ୍କା ଆଣି ଦେବି, ଯେଉଁ ଗ୍ରୋସରି ଦୋକାନରେ କାମ କରୁଛି ସେହି ଦୋକାନ ମଜୁରି ଟଙ୍କା ବ୍ୟାଙ୍କ ଖାତାରେ ଥିଲେ ମଧ୍ୟ ମୁଁ ଉଠାଇ ପାରୁନାହିଁ ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା।

ଶେଷରେ ଯୋଜନାବଦ୍ଧ ଭାବେ ଝିଆରୀ ଜ୍ୱାଇଁ ପତିଙ୍କ ସହଯୋଗରେ ହତ୍ୟାକାଣ୍ଡ ରଚାଯାଇଥିଲା। ଅନାଦି ଶୁକ୍ରବାର କାମ କରୁଥିବା ଦୋକାନରୁ ଘରକୁ ଫେରି ଖାଇବା ସାରି ଶୋଇବା ପରେ ସ୍ତ୍ରୀ ମୀନା ଅନାଦିଙ୍କ ଦୁଇ ହାତ ଧରିବା ସହ ଦେଢଶାଶୁ ସବିତା ଦୁଇ ଗୋଡକୁ ଚାପି ଧରଥିଲେ। ପରେ ଝିଆରୀ ଜ୍ୱାଇଁ ପତି ଅନାଦିଙ୍କ ବେକକୁ ଏକ ଦଉଡିରେ ଚିପି ଧରିଥିଲେ। ଫଳରେ ଘଟଣା ସ୍ଥଳରେ ଅନାଦିଙ୍କ ମୃତ୍ୟୁ ହୋଇଥିଲା। ପରେ ତିନିଜଣ ମିଶି ମୃତଦେହକୁ ସାହି ମଝିରେ ପକାଇ ଦେଇଥିଲେ। ଏହି ତିନି ଅଭିଯୁକ୍ତ ପୋଲିସ ପଚରାଉଚରା ବେଳେ ସମସ୍ତ ବିଷୟ ପ୍ରକାଶ କରି ନିଜ ଦୋଷ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଅନାଦିଙ୍କ ଆଧାରକାର୍ଡରେ ନିଜ ସାଙ୍ଗିଆ ପରିବର୍ତ୍ତନ ନେଇ ସମସ୍ୟା ଥିବାରୁ ସେ ବ୍ୟାଙ୍କରୁ ଟଙ୍କା ଉଠାଇ ପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri