ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ,୪୯ ଜଣଙ୍କ ପ୍ରେମିକ: ଖୋଲିବ ଗୁମର

ଭୁବନେଶ୍ୱର,୪।୮: ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ କମିସନରେଟ ପୋଲିସ ରିମାଣ୍ଡରେ ନେବ। କମିସନରେଟ ପୋଲିସ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଥିବା ଜଣାପଡ଼ିଛି। ପରେ ଠକ ପ୍ରେମିକର କେଳେଙ୍କାରୀର ଗୁମର ଖୋଲିବ ।
ସୂଚନାଯୋଗ୍ୟ, ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲ ଶନିବାର ବନ୍ଧାହୋଇଥିଲେ। ତାଙ୍କର ଆହୁରି ୪୯ ଜଣ ପ୍ରେମିକା ଥିଲେ। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଥିଲେ। ସତ୍ୟଜିତ୍‌ଙ୍କ ଘର ଯାଜପୁର ବିଞ୍ଝାରପୁରରେ । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ। ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରିଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଫସାଇଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ ବୋଲି କମିଶନର ସଞ୍ଜୀବ ପଣ୍ଡା କହିଥିଲେ। ସତ୍ୟଜିତ୍‌ଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ୍‌ ଜବତ ହୋଇଛି। ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଥିବା କମିଶନର ପଣ୍ଡା କହିଛନ୍ତି।

Share