ନିଖୋଜ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮ା୨: ନିଖୋଜ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଶୁକ୍ରବାର ସକାଳୁ ଉଦ୍ଧାର କରାଯାଇଛି। ସିମିଳିଆ ଓଭର ବ୍ରିଜ୍‌ ନିକଟରୁ ପୋଲିସ ଉଦ୍ଧାରକରିଛି। ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଉଦ୍ଧାର ବ୍ୟକ୍ତି ଜଣଙ୍କ ହେଲେ ସାଙ୍କୁଲେଇ କୁମାରଦେଇପୁରର ଦୀପକ ଦାଶ । ଦୀପକଙ୍କ ସ୍ତ୍ରୀ ସାଙ୍କୁଲେଇ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥିନୀ ଭାବେ ଏଥର ନିର୍ବାଚନ ଲଢୁଛନ୍ତି। ଗତ ୧୬ ତାରିଖରୁ ଦୀପକଙ୍କୁ ତାଙ୍କ ଗ୍ରାମ ନିକଟରୁ ଅପହରଣ କରାଯାଇଥିଲା।

Share