Categories: ଫୁରସତ

ହନିମୁନ୍‌ ପାଇଁ ସ୍ତ୍ରୀଙ୍କୁ ଗୋଆ ନେବାକୁ କହି ଅଯୋଧ୍ୟା ନେଇଗଲେ ସ୍ବାମୀ, ଛାଡ଼ପତ୍ର ଦେଇଦେଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ସମଗ୍ର ଦେଶ ରାମଙ୍କ ଭକ୍ତିଭାବରେ ବୁଡ଼ି ରହିଥିବା ବେଳେ କିଛି ଲୋକ ଭିନ୍ନ ଧରଣର ଥିବା ଏକ ଖବରରୁ ଜାଣିବାକୁ ମିଳିଛି। ଲୋକେ କେମିତି ଆଉ କେତେବେଳେ ଅଯୋଧ୍ୟା ଯାଇ ଟିକେ ରାମଲାଲାଙ୍କ ଝଲକ ପାଇବା ପାଇଁ କେତେ କ’ଣ ଯୋଜନା କରୁଛନ୍ତି। ମାତ୍ର ଜଣେ ମହିଳାଙ୍କ ସ୍ବାମୀ ତାଙ୍କୁ ଅଯୋଧ୍ୟା ନେଇଗଲେ ବୋଲି ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେଇଛନ୍ତି। ଏହି ମାମଲା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ପିପ୍‌ଲାନି ଅଞ୍ଚଳର। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ମାମଲା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। କାରଣ ତାଙ୍କ ସ୍ବାମୀ ତାଙ୍କୁ ହନିମୁନ୍‌ରେ ଗୋଆ ନେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସମୟ ଆସିଲା ପରେ ସେ ତାଙ୍କୁ ଅଯୋଧ୍ୟା-ବାରାଣସୀକୁ ନେଇଗଲେ।

ତାଙ୍କ ଛାଡପତ୍ର ଆବେଦନରେ ମହିଳା କହିଛନ୍ତି, ତାଙ୍କ ସ୍ବାମୀ ଆଇଟି ସେକ୍ଟରରେ କାମ କରନ୍ତି ଏବଂ ଭଲ ରୋଜଗାର କରନ୍ତି। ସେ ନିଜେ ମଧ୍ୟ ଭଲ ରୋଜଗାର କରନ୍ତି। ଏଭଳି ପରିସ୍ଥିତିରେ ହନିମୁନ୍‌ ପାଇଁ ବିଦେଶ ଯିବା ବଡ଼ କଥା ନୁହେଁ। ଏହା ସତ୍ତ୍ୱେ ମହିଳାଙ୍କ ସ୍ବାମୀ ତାଙ୍କୁ ବିଦେଶ ନେବାକୁ ମନା କରିଦେଇଥିଲେ ଏବଂ ଘରୋଇ ଗନ୍ତବ୍ୟସ୍ଥଳ ଭାବରେ ଗୋଆ କିମ୍ବା ଦକ୍ଷିଣ ଭାରତ ଯିବାକୁ କହିଥିଲେ। ପରେ ସେ ଅଯୋଧ୍ୟା ଏବଂ ବାରାଣସୀକୁ ବିମାନ ବୁକ୍‌ କରିଥିଲେ। ସେ ଏହା ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ଦିନ ପୂର୍ବରୁ କହିଥିଲେ।

ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି, ସ୍ବାମୀ ତାଙ୍କୁ କହିଥିଲେ, ରାମମନ୍ଦିର ସମାରୋହ ପୂର୍ବରୁ ତାଙ୍କ ମା’ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଅଯୋଧ୍ୟାକୁ ଯାଉଛନ୍ତି। ମହିଳା ୧୦ ଦିନ ପର୍ଯ୍ୟନ୍ତ କିଛି କହି ନ ଥିଲେ କିନ୍ତୁ ଫେରିବା ମାତ୍ରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କ ବିବୃତ୍ତିରେ ମଧ୍ୟ କହିଛନ୍ତି, ତାଙ୍କ ସ୍ବାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରର ଅଧିକ ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଏହି ସମ୍ପର୍କରୁ ମୁକ୍ତି ପାଇବା ଆବଶ୍ୟକ। ଯେଉଁଥିପାଇଁ ସେ ଛାଡ଼ପତ୍ର ଆବେଦନ କରିଛନ୍ତି।

Share