ଶ୍ୱଶୁର ଘରେ ପହଞ୍ଚି ନବବିବାହିତା ସ୍ତ୍ରୀଙ୍କୁ ବେଲ୍ଟରେ ନିର୍ଧୂମ ପିଟିଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୬ା୯: ଗ୍ବାଲିଅରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲେ। ଫଳରେ ସେ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ଜ୍ୱାଇଁ ପହଞ୍ଚିଥିଲେ ଶ୍ୱଶୁର ଘରେ। ପରେ ମାର୍‌ପିଟ୍‌ ଆରମ୍ଭ କରିଥିଲେ। ଫଳରେ ଶ୍ୱଶୁର ଘର ଲୋକ ମଧ୍ୟ ଛାଡ଼ି ନ ଥିଲେ। ସେମାନେ ସମସ୍ତେ ମିଶି ଜ୍ୱାଇଁଙ୍କୁ ଭଲ ଭାବରେ ଧୋଇ ଦେଇଛନ୍ତି।

ଗ୍ବାଲିଅର ଥାନା ବାହାଡ଼ାପୁର ଥାନା ଅନ୍ତର୍ଗତ କୁଶବାହାରେ ରହୁଥିବା ସାଧନାଙ୍କ ବିବାହ ୨୦୨୦ ଡିସେମ୍ବରରେ ମହାରାଜପୁରର ଅମନଙ୍କ ସହ ହୋଇଥିଲା। ବିବାହର ମାତ୍ର ଅଳ୍ପ କିଛିଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ଅଧିକ ଯୌତୁକ ଦାବି କରି ଅମନଙ୍କ ପରିବାର ଲୋକେ ସାଧନାଙ୍କ ଉପରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଆରମ୍ଭ କରିଥିଲେ। ଫଳରେ ସାଧନା ବାପଘରକୁ ଚାଲିଆସିଥିଲେ। କିଛିଦିନ ପରେ ଅମନ ଶ୍ୱଶୁର ଘରେ ହଠାତ୍‌ ପହଞ୍ଚି ସାଧନାଙ୍କୁ ବେଲ୍ଟରେ ପିଟିଥିଲେ। ଏହା ଦେଖି ଶ୍ୱଶୁର ଘର ଲୋକେ ମଧ୍ୟ ଅମନଙ୍କୁ ଛାଡ଼ି ନ ଥିଲେ। ଏନେଇ ସାଧନାଙ୍କ ପିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।

Share